ଲଣ୍ଡନ,୧୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶେଷକୃତ୍ୟ ସୋମବାର ସମ୍ପନ୍ନ କରାଯିବ । ମହାରାଣୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ସାମିଲ ହେବାକୁଥିବାବେଳେ ଚାଇନା ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରିଟେନ୍ରେ ପହଞ୍ଚିଛି।
ବ୍ରିଟେନ୍ ପାର୍ଲାମେଣ୍ଟରେ ମହାରାଣୀଙ୍କ କଫିନ୍ ରଖି ସେଠାରେ ହେବାକୁ ଥିବା ରାତ୍ରୀଜାଗରଣ କାର୍ଯ୍ୟକ୍ରମରେ ଚାଇନାକୁ ସାମିଲ କରାଯିବ ନାହିଁ ବୋଲି କୁହାଯାଇଛି। ଶିନ୍ଜିଆଙ୍ଗରେ ମାନବାଧିକାର ପ୍ରସଙ୍ଗରେ ଆଲୋଚନା କରିବା ନେଇ କତେଜଣ ବ୍ରିଟିଶ ସାଂସଦଙ୍କ ଉପରେ ଚାଇନା କଟକଣା ଲଗାଇଥିଲା। ତେବେ ମହାରାଣୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଚାଇନାକୁ ଡକାଯିବା ନେଇ କେତେଜଣ ବ୍ରିଟିଶ୍ ସାଂସଦ ଚିନ୍ତା ପ୍ରକଟ କରିଥିଲେ।