ଚାଇନାର ମୁସଲମାନ ବହୁଳ ଅଞ୍ଚଳରେ ଗ୍ୟାସ ବିସ୍ଫୋରଣ, ପୋଡିଯାଇ ୩୧ ମୃତ

ବେଜିଂ,୨୨।୬: ଚାଇନାର ଉତ୍ତର-ପଶ୍ଚିମ ନିଙ୍ଗଜିଆ ଅଞ୍ଚଳରେ ବୁଧବାର ରାତିରେ ବାରବେକ୍ୟୁ ରେସ୍ତୋରାଁରେ ଏକ ଗ୍ୟାସ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଚାଇନାର ସରକାରୀ ଖବରକାଗଜ ଏଜେନ୍ସି ସିହ୍ନୁଆ ରିପୋର୍ଟ କରିଛି ଯେ ଡ୍ରାଗନ ବୋଟ ଫେଷ୍ଟିଭାଲ ଛୁଟି ପୂର୍ବରୁ ବୁଧବାର ସାରେ ଏହି ଘଟଣା ଘଟିଛି।

ଚାଇନାର ନିଙ୍ଗଜିଆ ହୁଇ ସ୍ବୟଂଶାସିତ ଅଞ୍ଚଳର ରାଜଧାନୀ ୟିନଚୁଆନରେ ଥିବା ଏକ ବାରବିକ୍ୟୁ ରେସ୍ତୋରାଁରେ ଗ୍ୟାସ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି। ଏହି ବିସ୍ଫୋରଣ ରାତି ପ୍ରାୟ ୮ଟା ୪୦ରେ ହୋଇଛି। ସେହି ସମୟରେ ରେସ୍ତୋରାଁର ଲୋକମାନେ ଡ୍ରାଗନ ବୋଟ ଫେଷ୍ଟିଭାଲ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିଲେ। ଚାଇନାର ନିଙ୍ଗଜିଆ ହୁଇ ସ୍ବୟଂଶାସିତ ଅଞ୍ଚଳରେ ବହୁ ସଂଖ୍ୟାରେ ମୁସଲମାନ ଜନବସତି ରହିଛି।

Share