କରୋନାକୁ ନେଇ ଚମକାଇବା ଭଳି କଥା କହିଲେ ‘ବ୍ୟାଟ ଓମ୍ୟାନ’

ବେଜିଂ,୮ ।୮: କରୋନା ଭାଇରସକୁ ନେଇ ଏବେ ସାରା ଦେଶରେ ହାହାକାର ପଡିଥିବା ବେଳେ ‘ବ୍ୟାଟ ଓମ୍ୟାନ’ ଭାବେ ପରିଚିତ ଚାଇନାର ଏହି ମହିଳା ଚମକାଇବା ଭଳି କଥା କହିଛନ୍ତି । ‘ବ୍ୟାଟ ଓମ୍ୟାନ’ ସି ଜେଙ୍ଗଲିଙ୍କ ମତରେ କରୋନା ଭାଇରସ ସହ ଆମକୁ ବଞ୍ଚିବା ଶିଖିବାକୁ ପଡିବ । କାରଣ ଏହାର ଭିନ୍ନ ଭିନ୍ନ ଭାରିଏଣ୍ଟ ଆସିବା ଜାରି ରହିବ । ଏହାସହ ଏହା ସାରା ବିଶ୍ୱରେ ବ୍ୟାପିବ । ସି ଜେଙ୍ଗଲି ଚାଇନାର ଉହାନ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜିର ଡେପୁଟି ଡାଇରେକ୍ଟର । ଆମେରିକା ସମେତ କିଛି ଦେଶ ଏବେବି ବିଶ୍ୱାସ କରନ୍ତି ଯେ କରୋନା ଭାଇରସ ଚାଇନାର ଏହି ଲ୍ୟାବରୁ ବାହାରି ସାରା ବିଶ୍ୱକୁ ବ୍ୟାପିଛି । ଟପ୍ ଚାଇନିଜ ଭାଇରୋଲୋଜିଷ୍ଟ ସି ଜେଙ୍ଗଲିଙ୍କୁ ୨୦୨୦ରେ ଚାଇନା ମିଡିଆ ବ୍ୟାଟ ଓମ୍ୟାନ ନାଁ ଦେଇଥିଲା । ୨୦୨୦ରେ ସେ ଟାଇମ୍ ମାଗାଜିନରେ ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ସି ଜେଙ୍ଗଲି ଚାଇନାର ସରକାର ଓ ସାଧାରଣ ଜନତାଙ୍କ ପାଇଁ କୌଣସି ସେଲିବ୍ରଟିଠାରୁ କମ୍ ନୁହଁନ୍ତି । ସେଠାକାର ଲୋକେ ଏବେବି ଭାବନ୍ତି ଯେ ସି ଜେଙ୍ଗଲିଙ୍କ ପାଇଁ ତାଙ୍କ ଦେଶ କରୋନା ଭାଇରସଠାରୁ ବଞ୍ଚିଗଲା ।

Share