ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ ସହରରେ ହୋଇଥିବା ବୈଠକରେ ଉଭୟ ପକ୍ଷ ଏନେଇ ରାଜି ହୋଇଛନ୍ତି। ଭୁଟାନର ଚାଇନା ସହିତ ୪୭୭ କିଲୋମିଟର ସୀମା ରହିଛି।
୨୦୨୧ରେ ଦୁଇଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ସମାଧାନରେ ଅଗ୍ରଗତି ହେବାର ଦୁଇବର୍ଷ ପରେ ସୁଫଳ ମିଳିଛି।
ସୂଚନାଯୋଗ୍ୟ ଭାରତ ଏବଂ ଭୁଟାନ ସହିତ ଥିବା ସୀମା ବିବାଦର ସମାଧାନ ଲାଗି ଚାଇନା ସକାରାତ୍ମକ ମନୋଭାବ ପ୍ରଦର୍ଣନ କରିଛି।