Categories: ଜାତୀୟ

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦକୁ ସମର୍ଥନ କରୁଛି ଚାଇନା, ଆତଙ୍କବାଦୀ ଭାବେ ମାନିବାକୁ ନାରାଜ ଜିନପିଙ୍ଗ୍‌

ନୂଆଦିଲ୍ଲୀ,୨୦।୬: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ସାଜିଦ ମୀରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ମାନିବାକୁ ନାରାଜ ଚାଇନା। ପୁଣିଥରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ପ୍ରତି ଚାଇନାର ପ୍ରେମ ଧରାପଡିଛି। ପୂର୍ବରୁ ମଧ୍ୟ ଆମେରିକା ଓ ଭାରତ ‘ଲଶ୍କର ଏ ତାଇବା’କୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିବାକୁ ପ୍ରସ୍ତୁତ ହୋଇଥିବାବେଳେ ବାଧକ ସାଜିଥିଲା ଚାଇନା। ଏହି ପ୍ରସ୍ତାବ ୨୦୨୨ମସିହାରେ ଭାରତ ଓ ଆମେରିକା ଜାତିସଂଘରେ ଉପସ୍ଥାପନା କରିଥିଲେ। ଆଉ ଏବେ ପୁଣି ଚାଇନା ସାଜିଦଙ୍କୁ ଆତଙ୍କବାଦୀ ଭାବେ ମାନିବାକୁ ପ୍ରସ୍ତୁତ ହେଉନାହିଁି।

ସୂଚନାଯୋଗ୍ୟ,୨୦୦୮ରେ ହୋଇଥିବା ମୁମ୍ବାଇ ତାଜ୍‌ ହୋଟେଲକୁ ପାକିସ୍ତାନର ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରାୟ ପାଞ୍ଚ ଦିନ ଧରି ଚାଲିଥିବା ଏହି ଆକ୍ରମଣରେ ୧୬୬ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ମୁଖ୍ୟ ଅଭିଯୁକ୍ତ ସାଜିଦ ମୀର ଭାରତର ମୋଷ୍ଟ ଓ୍ବାଣ୍ଡେଡ ତାଲିକାରେ ଅର୍ନ୍ତଭୁକ୍ତ।

Share