ପାକିସ୍ତାନ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା ନାଗରିକଙ୍କ ଘଟଣାର ଯାଞ୍ଚ ନିର୍ଦ୍ଦେଶ

ବେଜିଂ,୨୪ ।୭: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶି ବେଜିଂ ପହଞ୍ଚିବାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଚାଇନା ନାଗରିକଙ୍କ ମୃତଦେହ ଶୁକ୍ରବାର ଏକ ଚାଟର୍ଡ ବିମାନରେ ସ୍ୱେଦେଶ ପହଞ୍ଚିଥିଲା । ଆତଙ୍କବାଦୀ ଆକ୍ରମଣରେ ନିଜ ଲୋକଙ୍କୁ ହରାଇଥିବା ଚାଇନା ଏବେ ପାକିସ୍ତାନ ଉପରେ ରାଗି ଯାଇଥିବା କୁହାଯାଉଛି । ସେଥିପାଇଁ ସେ ପାକିସ୍ତାନରେ ତା’ର ନାଗରିକଙ୍କୁ ସବୁ ପ୍ରକାର ସୁରକ୍ଷା ଦେବାକୁ କଥା ଦେଇଛି । ଏହି ଆକ୍ରମଣ ପରେ ଦୁଇ ଦେଶ ସମ୍ପର୍କ ମଧ୍ୟରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ସେଥିପାଇଁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଆଇଏସ୍‌ଆଇ ମୁଖ୍ୟଙ୍କ ସହ ବେଜିଂ ପହଞ୍ଚିଛନ୍ତି । ସମାଚାର ଏଜେନ୍ସି ସିହ୍ନୁଆର ସୂଚନା ଅନୁଯାୟୀ, ଶନିବାର ଜାରି କରାଯାଇଥିବା ଏକ ସଂକ୍ଷିପ୍ତ ବୟାନରେ ଚାଇନା ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନକୁ ସମସ୍ତ ଘଟଣାକୁ ଗମ୍ଭିରତାର ସହ ନେଇ ଯାଞ୍ଚ କରିବାକୁ ଓ ବିଭିନ୍ନ ପରିଯୋଜନାରେ ପଡୋଶି ଦେଶରେ କାମ କରୁଥିବା ଚାଇନା ନାଗରିକଙ୍କ ସୁରକ୍ଷାକୁ ଗମ୍ଭିରତାର ସହ ନେବାକୁ କହିଛି ।

Share