ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚାଇନାର ଓ୍ବାଟର କିଙ୍ଗ୍ ବ୍ୟବସାୟୀ ଝୋଙ୍ଗ ଶାନ୍ଶାନ। ଝୋଙ୍ଗ ଏବେ ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ। ଚଳିତବର୍ଷ ତାଙ୍କର ସମ୍ପତ୍ତି ୭୦.୭ ଅରବ ଡଲାରରୁ ୭୭.୮ ଅରବ ଡଲାରକୁ ବୃଦ୍ଧି ପାଇଛି। ସମ୍ପତ୍ତି ବୃଦ୍ଧିରେ ସେ ଆଲିବାବା ଗ୍ରୁପ୍ର ଜ୍ୟାକ୍ ମାଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଝୋଙ୍ଗ ଶାନ୍ଶାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି। ସେହିପରି ବିଶ୍ୱର ଧନୀ ତାଲିକା ମଧ୍ୟରେ ତାଙ୍କର ସ୍ଥାନ ୧୧ରେ ରହିଛି।
ଝୋଙ୍ଗଙ୍କ ବିଷୟରେ ଗଣମାଧ୍ୟମରେ ଖୁବ୍ କମ୍ ଚର୍ଚ୍ଚା ହୋଇଥାଏ। ସାମ୍ବାଦିକତା ଠାରୁ ଆରମ୍ଭ କରି ଛତୁଚାଷ ଏବଂ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ତାଙ୍କର ବ୍ୟବସାୟ ରହିଛି। ବର୍ତ୍ତମାନ ଝୋଙ୍ଗ କରୋନା ଟିକା ଉପରେ କାମ କରୁଛନ୍ତି।