୬ ଦିନରେ ତିଆରି ହେଲା ହସ୍ପିଟାଲ

ବେଜିଂ,୧୫।୩: ଚାଇନା ୬ ଦିନରେ ୬ ହଜାର ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ ହସ୍ପିଟାଲ ତିଆରି କରି ଏବେ ଚର୍ଚ୍ଚାରେ। ହସ୍ପିଟାଲ ନିର୍ମାଣର ଏକ ଭିଡିଓ ସ୍ଥାନୀୟ ଗଣମାଧ୍ୟମ ଏଜେନ୍ସି ଜିନ୍‌ହୁଆରେ ଏହା ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ନେଇ ଚାଇନା ତଥ୍ୟ ଗୋପନୀୟ ରଖୁଥିବାବେଳେ ଦେଶରେ ସଂକ୍ରମଣ ମାମଲା ବଢିବାରେ ଲାଗିଛି।

ଏନେଇ ସରକାର ବିଭିନ୍ନ ସହରରେ ଲକ୍‌ଡାଉନ୍‌ ଲାଗୁ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ତିଆରି କରାଯାଉଛି। ଯେଉଁ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ସ୍ଥାନୀୟ ପ୍ରଶାସନ ମାମଲାକୁ ଗୁରୁତର ସହ ନେଇ କଟକଣା ଜାରି କରାଯାଉଥିବା ସ୍ବାସ୍ଥ୍ୟ ସଚିବ ଜାଙ୍ଗ୍‌ ୟନ୍‌ଙ୍କ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, ଚାଇନାରେ ସଂକ୍ରମଣ ଦିନିକୁ ଦିନ ବଢିବାରେ ଲାଗିଛି। ସୋମବାର ଚାଇନାରେ ୨୩ ହଜାର କରୋନା ମାମଲା ସାମ୍ନାକୁ ଆସିଛି।

Share