ପାହାଡ଼ ମଝିରେ ବିଳାସପୂର୍ଣ୍ଣ ଅବସର ବିନୋଦନ ଗୃହ ନିର୍ମାଣ କଲା ଚାଇନା…

ବେଜିଂ, ୧୯।୭ : ଚାଇନା ପ୍ରାୟତଃ ଏହାର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ଯୋଗୁଁ ବିଶ୍ୱକୁ ବେଳେବେଳେ ଚକିତ କରିଥାଏ। ଏବେ ଚାଇନାର ଚୋଙ୍ଗକିଙ୍ଗ ସହରରେ ଏପରି କିଛି ଫଟୋ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଗୁଡ଼ିକରେ ଚାଇନା ପାହାଡ଼ ଏବଂ ପର୍ବତ ମଧ୍ୟରେ ଏତେ ଛୋଟ ଛୋଟ ବିଳାସପୂର୍ଣ୍ଣ ଅବସର ବିନୋଦନ ଗୃହ ନିର୍ମାଣ କରିଛି। ଚାଇନାର ଚୋଙ୍ଗକିଙ୍ଗ ସହରର ଏହି ସୁନ୍ଦର ଦୃଶ୍ୟ ପର୍ବତମାଳା ମଧ୍ୟରେ ଅଛି।

ପିପୁଲ୍ସ ଚାଇନା ଡେଲିର ଅଫିସିଆଲ ଫେସବୁକ ପେଜ ଦ୍ୱାରା ଅଂଶୀଦାର ହୋଇଥିବା ଫଟୋଗୁଡ଼ିକ ଦର୍ଶାଉଛି ଯେ ଫ୍ୟୁଚୁରିଷ୍ଟିକ ଗେଟୱେ ନାମକ ଏହି ଘରଗୁଡ଼ିକରେ ଗୋଟିଏ ଶୋଇବା ଘର ଅଛି ଏବଂ ଚଲାବୁଲା ପାଇଁ ମଧ୍ୟ ସ୍ଥାନ ଅଛି । ଏହି ସମସ୍ତ ଘରଗୁଡ଼ିକରେ ଏସି, ଟିଭି, ଇଣ୍ଟରନେଟର ବ୍ୟବସ୍ଥା ରହିଛି। ଏଥିରେ ପ୍ରାୟ ପଚାଶ ବର୍ଗ ମିଟରର ଏକ ଟେରାସ ମଧ୍ୟ ଦିଆଯାଇଛି। ଏହି ସୁନ୍ଦର ଦେଖାଯାଉଥିବା ଘରଗୁଡ଼ିକ ଭୂମିଠାରୁ ବହୁ ଉଚ୍ଚରେ ପାହାଡ଼ ମଧ୍ୟରେ ନିର୍ମିତ ହୋଇଛି। ଏହାର ନିର୍ମାଣରେ ମୋଟା ଲୁହା ରଡ ବ୍ୟବହାର କରାଯାଇଛି। ଏସବୁକୁ ହୋଟେଲ ରୁମ ଭାବରେ ବ୍ୟବହାର କରାଯାଉଛି। ଏଠାରେ ରହି ଅବସର ବିନୋଦନ କରିବାକୁ ଗ୍ରାହକଙ୍କ ଚାହିଦା ବଢ଼ିବାରେ ଲାଗିଥିବା କୁହାଯାଉଛି।

Share