ବେଜିଂ, ୧୭ା୧: ଚାଇନାକୁ କରୋନା ସଂକ୍ରମଣ ଫେରିଥିବାବେଳେ ସାଉଥବେଜିଂର ଏକ ସହରରେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ୧୫ ଶହ କୋଠରି ବିଶିଷ୍ଟ ହସ୍ପିଟାଲ ୫ ଦିନରେ ନିର୍ମାଣ କରିଛି। ଦେଶରେ ମୋଟ ୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୯୦ଟି ମାମଲା ସାମ୍ନାକୁ ଆସିଛି। ନାଙ୍ଗୋଙ୍ଗ୍ ଓ ହେବେଇରେ ଅଧିକାଂଶ ସଂକ୍ରମିତ ରହିଛନ୍ତି। ୨୦୧୯ରେ କରୋନା ମହାମାରୀ ଆରମ୍ଭରେ ଚାଇନା ସମାନ ଢଙ୍ଗରେ ଉହାନରେ ହସ୍ପିଟାଲ ନିର୍ମାଣ କରିଥିଲା।