ବେଜିଂ, ୧୦ା୭ (ଏପି)-ବର୍ଷର ଅବଶିଷ୍ଟ ସମୟରେ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ନ କରିବା ଲାଗି ଚାଇନା ନିଷ୍ପତ୍ତି ନେଇଛି। ତେବେ ୨୦୨୨ରେ ବେଜିଂ ଓ ପଡୋଶୀ ସହର ଝାଙ୍ଗ୍ଜିଆକୋ ସହରରେ ହେବାକୁଥିବା ଓ୍ବିଣ୍ଟର ଅଲିମ୍ପିକ୍ସ ପାଇଁ ଟ୍ରାଏଲ୍କୁ ଏଥିରୁ ବାଦ୍ ଦିଆଯାଇଛି। କ୍ରୀଡ଼ା ସାଧାରଣ ପ୍ରଶାସନ ତରଫରୁ ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଏହାଦ୍ୱାରା ନଭେମ୍ବରରେ ଶେନ୍ଝେନ୍ଠାରେ ଡବ୍ଲ୍ୟୁଟିଏ ଫାଇନାଲ୍ସ ସମେତ ୬ଟି ଡବ୍ଲ୍ୟୁଟିଏ ଟେନିସ ଇଭେଣ୍ଟ ପ୍ରଭାବିତ ହେବ। ଚାଇନାରେ ଏହି ସମୟରେ ୪ଟି ଏଟିପି ଟୁର୍ନାମେଣ୍ଟ ମଧ୍ୟ ଖେଳାଯିବାର ଥିଲା। ଚାଇନାରେ ସ୍ଥାନୀୟ କରୋନା ସଂକ୍ରମଣଙ୍କ ସଂଖ୍ୟା ଅଧିକ। କିନ୍ତୁ ଦେଶ ବାହାରୁ ଯେପରି ସଂକ୍ରମିତ ନ ଆସନ୍ତି ସେଥିପାଇଁ ବିଶେଷ ଯତ୍ନବାନ।