ଲକଡାଉନ ବିରୋଧରେ ଲୋକଙ୍କ ସ୍ୱର ଦବାଇବାକୁ ନିଜ ରାଷ୍ଟ୍ରୀୟ ସଙ୍ଗିତକୁ ସେନସର କରୁଛି ଚାଇନା

ବେଜିଂ,୨୩ ।୪: ଚାଇନାର ଇଣ୍ଟରନେଟ ସେନସର ଦେଶର ଜାତୀୟ ସଙ୍ଗିତକୁ ନେଇ କଡାକଡି ନିୟମ କରିଛନ୍ତି । ଯାହା ସାଂଘାଇ ଭଳି ସହରରେ କଡା ଲକଡାଉନକୁ ବିରୋଧ କରୁଥିବା ଲୋକମାନଙ୍କ ଦ୍ୱାରା କରାଯାଇଛି । ଚାଇନାର ଲୋକେ ସକରାତ୍ମକ ତଥା ହ୍ୟାସଟ୍ୟାଗ ବ୍ୟବହାର କରି କହିବାକୁ ଚାହୁଁଛନ୍ତି ବନ୍ଦ ସହରରେ ଲୋକେ କିପରି ଅଛନ୍ତି ।
୧୯୭୮ ପରଠାରୁ ଚାଇନା ‘ମାର୍ଚ ଅଫ୍ ଭଲ୍ୟୁଣ୍ଟିୟର୍ସ’କୁ ଏହାର ଜାତୀୟ ସଙ୍ଗୀତ ଭାବେ ବ୍ୟବହାର କରି ଆସୁଛି । ଏହାର ପ୍ରସିଦ୍ଧ ଶବ୍ଦ ‘ଉଠ ଯେଉଁମାନେ ଦାସ ହେବାକୁ ମନା କରନ୍ତି’ ସପ୍ତାହକ ମଧ୍ୟରେ ସାଂଘାଇ ଓ ଅନ୍ୟାନ୍ୟ ସହରର ବାସିନ୍ଦାମାନେ ଜାତୀୟ ସଙ୍ଗୀତ ବ୍ୟବହାର କରି ଜନସ୍ୱାସ୍ଥ୍ୟ ମାପର ଖରାପ କାର୍ଯ୍ୟକାରିତାକୁ ସମାଲୋଚନା କରିଥିଲେ । ନ୍ୟୁଜ ୱିକ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । କିନ୍ତୁ ହ୍ୟାସଟ୍ୟାଗ ଦ୍ୱାରା ବ୍ୟବହାର ହେଉଥିବା ଲାଇନକୁ ତୁରନ୍ତ ନିଷେଧ କରାଯାଇଥିଲା ।
ଚାଇନା ଲଗାତାର ‘ଜିରୋ କୋଭିଡ ‘ ପଲିସି ଜାରି ରଖୁଛି । ସାଂଘାଇରେ ଲାକଡାଉନ ଜାରି ରହିଥିବା ବେଳେ ଏହା ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଚେତାବନୀ ଦିଆଯାଉଛି । ଏଥିପାଇଁ ଡ୍ରୋନର ବ୍ୟବହାର କରାଯାଉଛି ଓ ରୋବୋ କୁକୁର ସହରର ସଡ଼କରେ ବୁଲୁଛି ।

Share