ବେଜିଂ, ୧୪ା୪: ତାଇଓ୍ବାନ୍କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଚାଇନା ଏହାର ଯୁଦ୍ଧ ସମୟର ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛି। ଏଥିରେ ବର୍ଷୀୟାନଙ୍କୁ ପ୍ରାଥମିକତା ଦିଆଯିବ। ତାଇଓ୍ବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଚାଇନା ଷ୍ଟେଟ୍ କାଉନସିଲ ଏବଂ କେନ୍ଦ୍ରୀୟ ମିଲିଟାରି କମିଶନଙ୍କ ପକ୍ଷରୁ ଏହି ସଂଶୋଧିତ ସାମରିକ ନିଯୁକ୍ତି ନିୟମ ପ୍ରକାଶ ପାଇଛି। ଆସନ୍ତା ମାସରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। ମଜଭୁତ ଜାତୀୟ ପ୍ରତିରକ୍ଷାକୁ ଆନୁଷ୍ଠାନିକ ଗ୍ୟାରେଣ୍ଟି ଦେବା ଏବଂ ସଶକ୍ତ ସଶସ୍ତ୍ର ବାହିନୀ ଗଠନ କରିବା ଏହି ସଂଶୋଧିତ ନିୟମାବଳୀର ଲକ୍ଷ୍ୟ ବୋଲି କୁହାଯାଉଛି। ନୂଆ ନିୟମ ଅନୁଯାୟୀ ଅଧିକ ହାଇକାଲିବର ସୈନ୍ୟ ନିଯୁକ୍ତ ହେବା ସହ ସାମରିକ ବ୍ୟବସ୍ଥାର ସାମର୍ଥ୍ୟ ବୃଦ୍ଧି ପାଇବ। ଯୁଦ୍ଧ ପ୍ରସ୍ତୁତିକୁ ଫୋକସ୍ ଓ ସାମର୍ଥ୍ୟ ବୃଦ୍ଧିକୁ ଲକ୍ଷ୍ୟରେ ରଖି ନିଯୁକ୍ତି ଦିଆଯିବା ଆବଶ୍ୟକ। ପ୍ରଥମ ଥର ପାଇଁ ଓ୍ବାର୍ଟାଇମ୍ ରିକ୍ୟୁଟ୍ମେଣ୍ଟ ନାମରେ ଏକ ନୂଆ ଅଧ୍ୟାୟ ନିୟମାବଳୀରେ ସାମିଲ ହୋଇଛି, ଯେଉଁଥିରେ ପୂର୍ବତନ ସୈନ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ ସେମାନଙ୍କ ମୂଳ ୟୁନିଟ କିମ୍ବା ଅନୁରୂପ ପଦବୀରେ ନିଯୁକ୍ତି ଦିଆଯାଇପାରିବ।