ତାଇୱାନ ଉପରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ଅସନ୍ତୋଷ ପ୍ରକାଶ କଲା ଚାଇନା, ଶିକ୍ଷା ଦେବା ପାଇଁ କଲା ସାମରିକ ଅଭ୍ୟାସ

ବେଜିଂ,୧୯।୮: ତାଇୱାନର ଉପରାଷ୍ଟ୍ରପତି ୱିଲିୟମ ଲାଇଙ୍କ ଆମେରିକା ଗସ୍ତରେ ଚାଇନା ଅସନ୍ତୋଷ ପ୍ରକାଶ କରିଛି। ଶନିବାର ତାଇୱାନରେ ଚାଇନା ସାମରିକ ଅଭ୍ୟାସ ଦେଖିବାକୁ ମିଳିଛି। ବିଚ୍ଛିନ୍ନତାବାଦୀ ବାହିନୀ ପାଇଁ ଏହା ଏକ ଗୁରୁତର ଚେତାବନୀ ବୋଲି ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛି।
ଜାନୁୟାରୀରେ ହେବାକୁ ଥିବା ନିର୍ବାଚନରେ ତାଇୱାନର ପରବର୍ତ୍ତୀ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ ଲାଇ ଅଗଷ୍ଟ ୧୮ରେ ଆମେରିକାରୁ ତାଇୱାନକୁ ଫେରିଛନ୍ତି। ଲାଇ ତାଙ୍କ ଆମେରିକୀୟ ଗସ୍ତ ସମୟରେ ଆନୁଷ୍ଠାନିକ ଭାବରେ ଭାଷଣ ଦେଇଥିଲେ।

Share