Categories: ଜାତୀୟ

ଶୀତରେ ବେଆଇନ ବ୍ରିଜ୍‌ ନିର୍ମାଣ ଶେଷ କରିବାକୁ ଚାଇନାର ଷଡ଼ଯନ୍ତ୍ର, ଉପଗ୍ରହ ଚିତ୍ରରୁ ପର୍ଦ୍ଦାଫାଶ୍‌…

ଲଦାଖ, ୧୮।୧ : ଶୀତଋତୁରେ ପୂର୍ବ ଲଦାଖରେ ପ୍ରବଳ ଥଣ୍ଡାରେ ପାଙ୍ଗୋଙ୍ଗ୍‌ ହ୍ରଦର ପାଣି ବରଫ ପାଲଟି ଯାଇଛି। ଏପରିସ୍ଥଳେ ଚାଇନା ଏଠାରେ ୪୦୦ ମିଟର ଲମ୍ବ ବେଆଇନ ବ୍ରିଜ୍‌ ନିର୍ମାଣ ଶେଷ କରିବାକୁ ଷଡ଼ଯନ୍ତ୍ର ଜାରି ରଖିଛି। ଏଲ୍‌ଏସିରେ ବ୍ରିଜ୍‌ ମାଧ୍ୟମରେ ଶୀଘ୍ର ଚାଇନା ସାମରିକ ସହାୟତା ଯୋଗାଇବା ଲକ୍ଷ୍ୟ ନେଇ ଏହାର ନିର୍ମାଣ କରୁଛି। ଏହି ନିର୍ମାଣଧୀନ ବ୍ରିଜ୍‌ର ଓସାର ୮ ମିଟର।

ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳକୁ ଏହି ବ୍ରିଜ୍‌ ସଂଯୋଗ କରୁଛି। ଉପଗ୍ରହରୁ ମିଳିଥିବା ଚିତ୍ରରୁ ଚାଇନାର ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜାନୁୟାରୀ ୧୬ରେ ଉପଗ୍ରହ କ୍ୟାମେରା ଦ୍ୱାରା ଉତ୍ତୋଳିତ ହୋଇଥିବା ଏହି ଚିତ୍ରରେ ବ୍ରିଜ୍‌ ଉପରେ କ୍ରେନ୍‌ ଦ୍ୱାରା ନିର୍ମାଣ କାର୍ଯ୍ୟ ହେଉଥିବା ଜଣାପଡ଼ିଛି।

Share