ତିବ୍ଦତର ବୌଦ୍ଧ ଭିକ୍ଷୁକଙ୍କୁ ଦଲାଇଲାମାଙ୍କ ସହ ସମ୍ପର୍କ କାଟିବାକୁ ପକାଯାଉଛି ଚାପ

ବେଜିଂ,୨୯।୬ତିବ୍ଦତର ବୌଦ୍ଧ ମଠରେ ଚାଇନା ଅଧିକାରୀମାନେ ଚଢାଉ କରିଛନ୍ତି। ମଠରେ ଥିବା ବୌଦ୍ଧ ଭିକ୍ଷୁକମାନଙ୍କୁ ଦଲାଇ ଲାମାଙ୍କ ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଚାପ ପକାଯାଇଛି। ଏଥିପାଇଁ ବିଭିନ୍ନ ଦସ୍ତାବିଜରେ ସେମାନଙ୍କ ଠାରୁ ଦସ୍ତଖତ କରାଯାଉଛି।
ସୂଚନାଯୋଗ୍ୟ, ତିବ୍ଦତର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଦୀର୍ଘ ଦଶନ୍ଧି ଧରି ଭାରତରେ ନିର୍ବାସନରେ ଜୀବନ ବିତାଉଛନ୍ତି।

Share