Categories: ଜାତୀୟ

ଏଲଏସି ନିକଟରେ ନିଜର ସେନା ଶକ୍ତି ମଜଭୁତ କରୁଛି ଚାଇନା

ନୂଆଦିଲ୍ଲୀ,୨୮।୭: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଶେଷ ହେବାର ନାଁ ନେଉନାହିଁ, ଉଭୟ ସେନାଙ୍କ ମଧ୍ୟରେ ଅନେକ ଥର ଏହାକୁ ନେଇ ଆଲୋଚନା ବି ହେଲାଣି। ହେଲେ ପ୍ରତିଥର ଚାଇନା ଏପରି କିଛି କରୁଛି, ଯାହା ଫଳରେ ବିବାଦ ଶେଷ ହେବା ପରିବର୍ତ୍ତେ ବଢି ଯାଉଛି। ବର୍ତ୍ତମାନ ପୁଣି ଥରେ ଚାଇନା ପୂର୍ବ ଲଦ୍ଦାଖରୁ ଅରୁଣାଚଳ ପର୍ଯ୍ୟନ୍ତ ଏଲଏସି ଉପରେ ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଛି। ଏହି ସମୟରେ, ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଗୁରୁବାର ଲେହର ୧୪ଟି କୋର ମୁଖ୍ୟାଳୟ ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟରେ କୁହାଯାଇଛି ଯେ ଚାଇନା ପୁଣି ଥରେ ସୀମା ନିକଟରେ ନିଜର ସାମରିକ ଶକ୍ତି ବୃଦ୍ଧି କରୁଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନା ମୁଖ୍ୟ ମଧ୍ୟ ସୀମାର ଅନ୍ୟ କେତେକ ଅଞ୍ଚଳ ପରିଦର୍ଶନ କରିପାରନ୍ତି। ନିକଟରେ ଜେନେରାଲ ପାଣ୍ଡେ ମଧ୍ୟ ପାକିସ୍ତାନ ସୀମା ନିକଟରେ ଥିବା ସିଆଚେନ ଗ୍ଲାସିଅର୍‌ ପରିଦର୍ଶନ କରିଥିଲେ।

Share