ଧନୀଘରର ପୁଅଙ୍କୁ ବିବାହ କରିବାକୁ ଚାହୁଁଥିଲେ କରନ୍ତୁ ଏହି ସର୍ଜରୀ, କ୍ଲିନିକ୍‌ ଦେଉଛି ବମ୍ପର ଅଫର

ସାଂଘାଇ,୨୪।୧: ଯେକୌଣସିି ବ୍ୟବସାୟ ଚଳାଇବା ପାଇଁ ହେଲେ ଏକ ଭଲ ମାର୍କେଟିଂ ଷ୍ଟ୍ରାଟେଜୀ ରହିବା ଜରୁରୀ। ଆପଣ ଭଲଭାବରେ ଜାଣିଥିବେ ଯେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଆଣିଥାନ୍ତି। କିଛି ଲୋକ ତାଙ୍କ ସେବାରେ ବମ୍ପର ଡିସକାଉଣ୍ଟ ପ୍ରଦାନ କରୁଥିବାବେଳେ ଅନ୍ୟମାନେ ମାଗଣା ଅଫର ଦେଇ ମଧ୍ୟ ଆକର୍ଷିତ କରିଥାନ୍ତି। ନିକଟରେ ଚାଇନାର ଏକ କସମେଟିକ ସର୍ଜରୀ କ୍ଲିନିକ ଏପରି ଅଫର ଦେଇଛି ଯାହାକୁ ଶୁଣି ଆପଣଙ୍କ ହୋସ୍‌ ଉଡିଯିବ।

ସାଂଘାଇର ‘ଜିନ ବିୟୁଟି ବାୟୋଜେନେଟିକ ଇଞ୍ଜିନିୟରିଂ କର୍ପୋରେସନ ଲିମିଟେଡ’ ମହିଳାଙ୍କୁ ଏକ ଅଦ୍ଭୁତ ଅଫର ଦେଇଛି। ଅଫରରେ କମ୍ପାନୀ ଦାବି କରିଛ, ମହିଳାମାନେ ଯଦି ଏଠାରେ ତାଙ୍କର ସ୍ବତନ୍ତ୍ର ପ୍ଲାଷ୍ଟିକ ସର୍ଜରୀ କରନ୍ତି, ତେବେ କେବଳ ତାଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ ତା’ ନୁହେଁ, ଧନୀଘରର ପୁଅମାନେ ମଧ୍ୟ ତାଙ୍କୁ ବିବାହ କରିବେ।
କମ୍ପାନୀ ଆହୁରି କହିଛ, ସର୍ଜରୀ କରିବା ପରେ କେବଳ ଧନୀଘରର ପୁଅମାନେ ତାଙ୍କୁ ପସନ୍ଦ କରିବେ। କ୍ଲିନିକ ଏଥିପାଇଁ ସେମାନଙ୍କ ଠାରୁ ଭଲ ରାଶି ଆଦାୟ କରୁଛି।

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ଏହି କମ୍ପାନୀ ସୋସିଆଲ ମିଡିଆରେ ଏପରି ଅଜବ ବିଜ୍ଞାପନ ଦେଇ ମହିଳାଙ୍କୁ କସମେଟିକ ସର୍ଜରୀ କରିବାକୁ ଉତ୍ସାହିତ କରିଛି।
ତେବେ ଏପରି ଲୋଭନୀୟ ଓ ମିଥ୍ୟା ପ୍ରତିଶ୍ରୁତି ବିଜ୍ଞାପନ ଦେଇ ନିଜ ଜାଲରେ ଏହି କମ୍ପାନୀ ନିଜେ ଫଶିଯାଇଛି। ବିଜ୍ଞାପନର ନିୟମ ଉଲ୍ଲଂଘନ କରି ଗ୍ରାହକଙ୍କୁ ପ୍ରଲୋଭିତ କରିଥିବାରୁ ଚାଇନା କର୍ତ୍ତୃପକ୍ଷ, କମ୍ପାନୀ ଉପରେ ଭାରି ଜରିମାନା ଲଗାଇଛନ୍ତି। କମ୍ପାନୀକୁ ବର୍ତ୍ତମାନ ୩୦ ହଜାର ୟୁଆନ (ସାଢେ ୩ ଲକ୍ଷରୁ ଅଧିକ)ଟଙ୍କା ଦେବାକୁ ପଡିଛି।

Share