ଅରୁଣାଚଳ ପ୍ରଦେଶରେ ଗାଁ ନିର୍ମାଣ କରି ଭାରତକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୨।୧: ଭାରତ ଏବଂ ଚାଇନା ମଧ୍ୟରେ ଲଦାଖରେ ସୀମା ବିବାଦ ଏପର୍ଯ୍ୟନ୍ତ ଥମି ନାହିଁ। ଚାଇନା ପୁଣିଥରେ ଅରୁଣାଚଳ ପ୍ରଦେଶ ଉପରେ ନିଜ ହକ୍‌ ଜାହିର କରିଛି। ଅରୁଣାଚଳ ପ୍ରଦେଶରେ ଚାଇନା ଏକ ନୂଆ ଗାଁ ନିର୍ମାଣ କରୁଥିବା ଜଣାପଡିଛି। ଏନେଇ ଏହା କେବଳ ସାମାନ୍ୟ ଗତିବିଧି ପାଇଁ ନିର୍ମାଣ କରାଯାଇଛି, ଆମ ଯାଗାରେ ଗାଁ ନିର୍ମାଣ କରାଯାଇଥିବା ଚାଇନା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ହୁଆ ଚୁନୟିଂଗ୍‌ କହିଛନ୍ତି, ଚାଇନା-ଭାରତ ସୀମାର ପୂର୍ବ ସେକ୍ଟରରେ ଚାଇନାର ସ୍ଥିତି ସ୍ପଷ୍ଟ ରହିଛି। ଆମେ କେବେ ଅବୈଧ ନିର୍ମାଣ କରିନାହୁଁ। ଆମେ ନିଜ ଯାଗାରେ ଗାଁ ନିର୍ମାଣ କରିଛୁ ଯାହା ଆମ ଅଦତ୍କାର ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ୩୪୮୮ କିମି ଲମ୍ବା ଲାଇନ୍‌ ଅଫ୍‌ ଆକ୍ଚ୍ୟୁଆଲ୍‌ କଣ୍ଟ୍ରୋଲ(ଏଲଏସି)କୁ ନେଇ ରହିଛି। ଚାଇନା ଏଲ୍‌ଏସିକୁ ମାନ୍ୟତା ଦେଉ ନାହଁି ଏବଂ ପାଖାପାଖି ୯୦ ହଜାର ବର୍ଗକିମି ଯାଗାକୁ ଅକ୍ତିଆର କରିବାକୁ ଚାହୁଁଛି।

Share