ଲୋକଙ୍କୁ ସଂକ୍ରମିତ କରିବା ପାଇଁ ଜାଣିଶୁଣି କରୋନା ଭୁତାଣୁ ବିକଶିତ କରିଥିଲା ଚାଇନା…

ବେଜିଂ,୨୮।୬ : କରୋନା ମହାମାରୀ ଭୁତାଣୁର ଉତ୍ପତ୍ତି ବିଷୟରେ ଅନେକ ତଥ୍ୟ ରହିଛି। ସାରା ବିଶ୍ୱରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଚାଇନାର ଏକ ଲ୍ୟାବରେ କୋଭିଡ -୧୯ ଭୁତାଣୁ ବିକଶିତ କରାଯାଇଥିଲା। ଏହାର ଅନୁସନ୍ଧାନ ପାଇଁ ଜାତିସଂଘର ଏକ ଦଳ ମଧ୍ୟ ପରୀକ୍ଷା ପାଇଁ ଉହାନ ଲ୍ୟାବକୁ ଯାଇଥିଲେ। ଏଥିସହ ଉହାନର ଜଣେ ଗବେଷକ ଏନେଇ ଏକ ବଡ ଦାବି କରୁଥିବା ବେଳେ ଉାଇନା ଲୋକଙ୍କୁ ସଂକ୍ରମିତ କରିଥିବା ଅଭିଯୋଗ କରିଛନ୍ତି। ଚାଇନା ଜାଣିଶୁଣି କରୋନା ଭୁତାଣୁ ବିକଶିତ କରିଥିଲା ବୋଲି ସେ କହିଛନ୍ତି।

 

ଉହାନର ଜଣେ ଅନୁସନ୍ଧାନକାରୀ ଚାଓ ଶାଓ ଅନ୍ତର୍ଜାତୀୟ ପ୍ରେସ ଆସୋସିଏସନର ସଦସ୍ୟ ଜେନିଫର ଜେଙ୍ଗଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଥିଲେ ଚାଇନା ଦ୍ୱାରା ଜୈବିକ ଅସ୍ତ୍ର ଭାବରେ କରୋନା ଭାଇରସ ପ୍ରସ୍ତୁତ ହୋଇଛି। ତାଙ୍କ ସହ କାମ କରୁଥିବା ସହକର୍ମୀଙ୍କୁ କେଉଁ ପ୍ରକାରର ସର୍ବୋତ୍ତମ ବିସ୍ତାର କରାଯାଇପାରିବ ତାହା ଜାଣିବା ପାଇଁ ଚାରି ପ୍ରକାରର ଭୁତାଣୁ ଦିଆଯାଇଥିଲା। କେଉଁ ପ୍ରକାରଟି ଅଧିକ ପ୍ରଭାବଶାଳୀ ତାହା ଜାଣିବା ପାଇଁ କୁହାଯାଇଥିଲା।

କେଉଁ ଭୁତାଣୁ ଦ୍ୱାରା ଅଧିକ ପ୍ରଜାତି ସଂକ୍ରମିତ ହେବାର କ୍ଷମତା ଅଛି ଏବଂ ମଣିଷ ସମେତ ଅନ୍ୟ ପ୍ରଜାତିଙ୍କୁ ସଂକ୍ରମିତ କରିବା କେତେ ସହଜ? ଉହାନରେ ୨୦୧୯ ମିଲିଟାରୀ ୱାଲର୍‌ଡ ଗେମ୍ସରେ ତାଙ୍କର ଅନେକ ସହକର୍ମୀ ନିଖୋଜ ହୋଇଯାଇଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ ସେମାନଙ୍କୁ ବିଭିନ୍ନ ଦେଶର ଆଥଲେଟମାନଙ୍କୁ ଅନୁସନ୍ଧାନ କରିବାକୁ ହୋଟେଲକୁ ପଠାଯାଇଥିଲା। ଏହା ବୁଝିବା ଉଚିତ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ କୌଣସି ଭାଇରୋଲୋଜିଷ୍ଟଙ୍କର ଆବଶ୍ୟକ ନାହିଁ। ଭୁତାଣୁ ବିସ୍ତାର କରିବାକୁ ତାଙ୍କୁ ପଠାଯାଇଥିଲା।

Share