ବେଜିଂ,୧୬ା୨: ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗ ଏବଂ ତାଙ୍କର ଇରାନ ପ୍ରତିପକ୍ଷ ଇବ୍ରାହିମ ରାଇସି ଇରାନ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଚାଇନା ଗସ୍ତରେ ଇବ୍ରାହିମ ରାଇସି ବେଜିଂରେ ପହଞ୍ଚିଥିଲେ। ଗସ୍ତର ଶେଷ ଦିନରେ ଦୁଇ ନେତା ମିଳିତ ବିବୃତ୍ତିରେ କହିଛନ୍ତି ଯେ, ସିଏ ମଧ୍ୟ ଇରାନ ଗସ୍ତ ପାଇଁ ରାଇସିଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି ଏବଂ ତାଙ୍କ ସୁବିଧା ଅନୁଯାୟୀ ଏହା କରିବେ।
୨୦୧୫ ଇରାନ ଆଣବିକ ଚୁକ୍ତି କାର୍ଯ୍ୟକାରୀ କରିବାକୁ ଦୁଇ ନେତା ଆହ୍ବାନ ଦେଇଛନ୍ତି। ଏହା ସଂଯୁକ୍ତ ବ୍ୟାପକ ଯୋଜନା ଭାବରେ ଜଣାଶୁଣା। ଏହା ଅଧୀନରେ ଇରାନ ଅର୍ଥନୈତିକ ପ୍ରତିବନ୍ଧକରୁ ମୁକ୍ତି ବଦଳରେ ଆଣବିକ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଆମେରିକା ସମେତ ଅନେକ ଦେଶ ସହ ସହମତ ହୋଇଥିଲା।