ନୂଆଦିଲ୍ଲୀ,୧୯ ।୧୧: ଭାରତ ସହ ଲଦ୍ଦାଖ ସୀମାରେ ଲାଗିରହିଥିବା ବିବାଦ ମଧ୍ୟରେ ଚାଇନା ଏଲ୍ଏସିରେ ବୋମା ବର୍ଷି ଏଚ୍-୬କେ ବିମାନ ମୁତୟନ କରିଦେଇଛି । ଯାହା ସିଜେ-୨୦ ମିଶାଇଲଠାରୁ ଅଧିକ କ୍ଷମତା ରଖେ । ମିଶାଇଲର ଆକ୍ରମଣ କ୍ଷମତା ଦିଲ୍ଲୀ ପର୍ଯ୍ୟନ୍ତ ବୋଲି କୁହାଯାଉଛି । ହେଲେ ଚାଇନାର ଜଣେ ପ୍ରତିରକ୍ଷା ବିଶେଷଜ୍ଞ ବିମାନରେ ଏହି ମିଶାଇଲ ନ ଥିବା କହିଛନ୍ତି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ଅନୁସାରେ ବେଜିଂ ନିକଟରେ ମୁତୟନ ଥିବା ଏହି ବିମାନକୁ ଚାଇନାର ସିନଜିୟାଙ୍ଗ ଅଞ୍ଚଳକୁ ପଠାଇ ଦିଆଯାଇଛି । ସେନା ବିଶେଷଜ୍ଞଙ୍କ କହିବା କଥା ହେଲା ଏହି ବମ୍ବର କିଛି ଆଧୁନିକ ଟେକନିକରେ ଭରପୁର ରହିଛି । ଚାଇନା ଚଳିତ ବର୍ଷ ଜାନୁୟାରୀରେ ତାଇୱାନର ଏୟାର ସ୍ପେଶରେ ବି ଏହି ଏୟାରକ୍ରାପ୍ଟକୁ ପଠାଇଥିଲା ।