ସୀମାରେ ୫୦ ହଜାର ସେନା ମୁତୟନ କଲାଣି ଚାଇନା

ବେଜିଂ,୧୧ ।୯: ଗୋଟିଏ ପଟେ ଚାଇନା ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିବା ସୂଚନା ମଳିଛି । କିଛି ଗଣମାଧ୍ୟମ ସୂଚନାରୁ ଜଣାପଡିଛି ଚାଇନା ଏବେ ଏଲ୍‌ଏସିରେ ୫୦ ହଜାର ସେନା ମୁତୟନ କରି ସାରିଲାଣି । ଏହାପରେ ଭାରତ-ଚାଇନା ସୀମା ଉପରେ ନଜର ରଖିବାକୁ ଏଚ୍‌-୬ ବମ୍ବରକୁ ମଧ୍ୟ ଲଗାଇ ଦିଆଯାଇଛି । ଏକ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ପୋଙ୍ଗୟାଙ୍ଗ ବିବାଦ ପରେ ଚାଇନା ଏଲ୍‌ଏସିରେ ୫୦ ହଜାର ସେନା ମୁତୟନ କରି ରଖିଛି । ଏହାସହ ଏୟାରକ୍ରାପ୍ଟ ଓ ଅଧିକ ରେଞ୍ଜ କ୍ଷମତା ଥିମା ମିଶାଇଲ ମଧ୍ୟ ପ୍ରସ୍ତୁତ ରହିଛି । ତେବେ ଭାରତୀୟ ସେନାଙ୍କୁ ଉସକାଇବାକୁ ଚାଇନା ଏଭଳି କରୁଛି ବୋଲି କୁହାଯାଉଛି । ସେହିପରି ଲଦ୍ଦାଖରେ ମଧ୍ୟ ଚାଇନା ବାୟୁରେ ଲକ୍ଷ୍ୟ ଭେଦ କରିପାରୁଥିବା ମିଶାଇଲ, ରକେଟ ଫୋର୍ସ ଓ ୧୫୦ ଫାଇଟର ଏୟାର କ୍ରାପ୍ଟ ମଧ୍ୟ ମୁତୟନ କରିଥିବା ଜଣାପଡିଛି । ସୀମାରେ କିଛିିଦିନ ତଳେ ଚାଇନା ସେନା ପଛକୁ ହଟିଯିବାକୁ ନେଇ ଚାଇନା ରାଷ୍ଟ୍ରପତି ଏକ ପ୍ରକାର ଯୁଦ୍ଧ ମନୋବୃତ୍ତି ନେଇ ଏଭଳି କରୁଥିବା କୁହାଯାଉଛି । ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି ପ୍ରତିଦିନ ସୀମାରେ ଚାଇନା ପକ୍ଷରୁ ସେନା ମୁତନ କରାଯାଉଛି ।

Share