Categories: ଜାତୀୟ

ହର ଘର ତ୍ରିରଙ୍ଗା ଓ୍ବେବସାଇଟରେ ଅପଲୋଡ ହେଲା ୯ କୋଟିରୁ ଅଧିକ ସେଲଫି…

ନୂଆଦିଲ୍ଲୀ,୧୫।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ହର ଘର ତ୍ରିରଙ୍ଗା ୍‌ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଏକ ସେଲଫି ତ୍ରିରଙ୍ଗା ସହିତ ସୋସିଆଲ ମିଡିଆରେ ଅପଲୋଡ କରିବାକୁ ପଡିବ।

ଏନେଇ ସରକାରଙ୍କ ଦ୍ୱାରା ଏକ ପୋର୍ଟାଲ ଲଞ୍ଚ କରାଯାଇଛି ଯେଉଁଥିରେ ଆପଣ ତ୍ରିରଙ୍ଗା ସହିତ ସେଲଫି ଅପଲୋଡ କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋର୍ଟାଲରେ ୯ କୋଟିରୁ ଅଧିକ ସେଲଫି ଅପଲୋଡ ହୋଇଛି ଏବଂ ପ୍ରକ୍ରିୟା ଜାରି ରହିଛି।

Share