ଚାଇନା ବିକଶିତ କଲା ନୂଆ ଲେଜର ଅସ୍ତ୍ର: ବାୟୁରେ ଟାର୍ଗେଟ କରିବାକୁ ସକ୍ଷମ…

ବେଜିଂ,୧୫।୮ : ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି ମର୍ମରେ ଚାଇନା ଏକ ଲେଜର ଅସ୍ତ୍ର ବିକଶିତ କରିଛି। ଚାଇନାର ସାମରିକ ବୈଜ୍ଞାନିକମାନେ ଏକ ନୂତନ କୁଲିଂ ସିଷ୍ଟମ ବିକଶିତ କରିଥିବା ଦାବି କରିଛନ୍ତି ଯାହା ଉଚ୍ଚ ଶକ୍ତି ଲେଜରକୁ ନିଜ ଗରମ କିରଣରୁ ରକ୍ଷା କରିବ। ଏହା ଲେଜର ଅସ୍ତ୍ରରେ ବ୍ୟବହୃତ ଉଚ୍ଚ ଶକ୍ତି ବିମକୁ ଆହୁରି ବୃଦ୍ଧି କରିହେବ। ଏହା ବ୍ୟତୀତ ଲେଜର ଅସ୍ତ୍ର ନିଜ ଉତ୍ତାପ ଯୋଗୁ ମଧ୍ୟ ଶୀଘ୍ର ଖରାପ ହେବ ନାହିଁ। ଏହାପୂର୍ବରୁ, ଉଚ୍ଚ ଶକ୍ତି ବିମ ଦ୍ୱାରା ଉତ୍ପନ୍ନ ଉତ୍ତାପ ନିଜ ପାଇଁ କ୍ଷତି ଘଟାଉଥିଲା ।

ହୁନାନ ପ୍ରଦେଶର ଚାଙ୍ଗସାସ୍ଥିତ ନ୍ୟାଶନାଲ ୟୁନିଭରସିଟି ଅଫ ଡିଫେନ୍ସ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଅନୁଯାୟୀ, ନୂତନ କୁଲିଂ ସିଷ୍ଟମ ଉଚ୍ଚ-ଶକ୍ତି ଲେଜରର କାର୍ଯ୍ୟ ସମୟରେ ସୃଷ୍ଟି ହେଉଥିବା କ୍ଷତିକାରକ ଉତ୍ତାପକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବ।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର କିଛି ପ୍ରସିଦ୍ଧ ପ୍ରକଳ୍ପ ମଧ୍ୟରେ ନୌସେନା ଆଡଭାନ୍ସ କେମିକାଲ ଲେଜର ଅନ୍ତର୍ଭୁକ୍ତ, ଯାହା ଲେଜର ଉତ୍ସ ଭାବରେ ଡ୍ୟୁଟେରିୟମ ଫ୍ଲୋରାଇଡ ବ୍ୟବହାର କରେ । ମିଡିଲ ଇନଫ୍ରାଡ ଆଡଭାନ୍ସ କେମିକାଲ ଲେଜର ଯାହା ଏକ ଉନ୍ନତ ମଧ୍ୟମ-ଇନଫ୍ରାଡ ରାସାୟନିକ ଲେଜର ବ୍ୟବହାର କରେ। ଟାକ୍ଟିକାଲ ହାଇ ଏନର୍ଜି ଲେଜର ଏବଂ ସ୍ପେସ-ଆଧାରିତ ଲେଜର ଯାହାକି ଲେଜର ଉତ୍ସ ଭାବରେ ହାଇଡ୍ରୋଜେନ ଫ୍ଲୋରାଇଡ ବ୍ୟବହାର କରିଥିଲା । ଏୟାରବୋର୍ନ ଲେଜର ଯାହା ରାସାୟନିକ ଅମ୍ଳଜାନ ଆୟୋଡିନ ଲେଜର ବ୍ୟବହାର କରିଥିଲା । ୟୁଆନଙ୍କ ଦଳ ଅନୁଯାୟୀ ଏହି ସବୁ ପରୀକ୍ଷା କ୍ଷେତ୍ରରେ ପ୍ରଦର୍ଶନ କରାଯାଇଛି।

Share