ଚନ୍ଦ୍ରରେ ନୂଆ ଖଣିଜର ସନ୍ଧାନ କଲା ଚାଇନା

ବେଜିଂ,୧୨।୯: ଚାଇନାର ଲୁନାର ପ୍ରୋବ୍‌ ଚେଙ୍ଗ୍‌ସ-୫ ଚନ୍ଦ୍ରରେ ଏକ ନୂଆ ଖଣିଜ ପଦାର୍ଥର ସନ୍ଧାନ କରିଛି। ଚନ୍ଦ୍ରପୃଷ୍ଠରେ ଏଭଳି ଖଣିଜ ଠାବ କରିବାରେ ଚାଇନା ତୃତୀୟ ଦେଶ। ୧,୪୦,୦୦୦ ଚନ୍ଦ୍ର କଣିକାରୁ ଚାଙ୍ଗେସାଇଟ୍‌-(ଓ୍ବାଇ) ଧାତବ ଠାବ କରାଯାଇଛି। ହୀରା ଆକୃତିର ଏଭଳି ଖଣିଜ ପଦାର୍ଥ ଏପର୍ଯ୍ୟନ୍ତ ପୃଥିବୀରେ ମିଳିନାହିଁ। ଏହା ଉପରେ ଅଧିକ ଅନୁସନ୍ଧାନ ଲାଗି ବେଜିଂର ଚତୁର୍ଥ ପର୍ଯ୍ୟାୟ ଲୁନାର ମିଶନକୁ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଅନୁମୋଦନ କରିଛନ୍ତି। ଚାଇନା ଆଣବିକ ଶକ୍ତି କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଡୋଙ୍ଗ୍‌ ବାଓଟଙ୍ଗ ଉକ୍ତ ଖଣିଜ ଆବିଷ୍କାର ସମ୍ପର୍କରେ ଘେଶଷଣା କରିଥିଲେ। ଚନ୍ଦ୍ରର ବାସାଲ୍ଟ କଣିକାରେ ଏହା ରହିଛି।

Share