Categories: ଜାତୀୟ

ରାଜୀବ ଗାନ୍ଧୀ ଫାଉଣ୍ଡେଶନକୁ ଚାଇନା ଦେଇଛି ଦାନ: ଭାଜପା

ନୂଆଦିଲ୍ଲୀ,୨୫।୬: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ଦାବି କରିଛନ୍ତି ଯେ ଚାଇନା ରାଜୀବ ଗାନ୍ଧୀ ଫାଉଣ୍ଡେଶନ ପାଇଁ ଫଣ୍ଡିଂ କରିଛି। ଆଇନ ଅନୁଯାୟୀ କୌଣସି ଦଳ ସରକାରଙ୍କ ବିନା ଅନୁମତିରେ ବିଦେଶରୁ ଅର୍ଥ ଆଣି ପାରିବ ନାହିଁ। ତେଣୁ ଏବେ କଂଗ୍ରେସ ସ୍ପଷ୍ଟ କରୁ ଯେ ଏଥିପାଇଁ ଦଳ ସରକାରଙ୍କଠାରୁ ଅନୁମତି ନେଇଥିଲା କି ନା। ରବିଶଙ୍କର କହିଛନ୍ତି ରାଜୀବ ଗାନ୍ଧୀ ଫାଉଣ୍ଡେଶନ ପାଇଁ ଡୋନର ତାଲିକା ୨୦୦୫-୦୬ର। ଏଥିରେ ଚାଇନାର ରାଷ୍ଟ୍ରଦୁତ ଡୋନେଟ କରିଥିବା ସ୍ପଷ୍ଟ ଲେଖା ଯାଇଛି। ଏମିତି କାହିଁକି ହେଲା। କ’ଣ ଆବଶ୍ୟକତା ପଡିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରେ କେତେଜଣ ଉଦ୍ୟୋଗପତି, ପିଏସ୍‌ୟୁର ନାମ ମଧ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି। ସେ ଦାବି କରିଛନ୍ତି ଯେ ଫାଉଣ୍ଡେଶନକୁ ୯୦ ଲକ୍ଷ ଟଙ୍କା ଫଣ୍ଡିଂ କରାଯାଇଛି। ତେଣୁ କଂଗ୍ରେସର ଚାଇନା ପ୍ରିତିକୁ ନେଇ ଦଳ ସ୍ପଷ୍ଟ କରୁ ବୋଲି ସେ ଦାବି କରିଛନ୍ତି।

Share