ଚାଇନା-କିର୍ଗିସ୍ତାନରେ ଭୂକମ୍ପର ଝଟକା

ବେଜିଂ/ବିଶକେକ,୩୦ ।୧: ଭୂକମ୍ପର ଝଟକା ପୁଣିଥରେ ଥରାଇ ଦେଇଛି ଚାଇନାକୁ । ଚାଇନାର ଦକ୍ଷିଣ ଶିନଜିୟାଙ୍ଗରେ ସୋମବାର ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୯ । ନ୍ୟୁଜ ଏଜେନ୍ସି ଏଏନଆଇ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର(ଇଏମଏସସି)ର ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏହି ସୂଚନା ଦେଇଛି । ରିପୋର୍ଟ ଅନୁଯାୟୀ, ଭୂକମ୍ପ ଶିନଜିୟାଙ୍ଗରେ ଅରଲର ୧୧୧ କିଲୋମିଟର ଦକ୍ଷିଣ-ପୂର୍ବରେ ଆସିଛି । ଭୂକମ୍ପ ଯୋଗୁ କ’ଣ କ୍ଷୟକ୍ଷତି ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୂଚନା ମିଳିପାରି ନାହିଁ ।
ଅନ୍ୟପଟେ କିର୍ଗିସ୍ତାନରେ ବି ଭୂକମ୍ପର ଝଟକା ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ମପା ଯାଇଛି ।

Share