ଚାଇନାର ବନ୍ଧୁ ପଣିଆ: ନେପାଳର ୭ ଜିଲାରେ ଅବୈଧ କବ୍‌ଜା, ଭାରତୀୟ ସେନା ସତର୍କ

କାଠମାଣ୍ଡୁ, ୨୫।୧୦: ଚାଇନାର ବନ୍ଧୁ ପଣିଆ ଧରାପଡ଼ିଯାଇଛି। ନେପାଳ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଆଳରେ ଚାଇନା ସୀମାବର୍ତ୍ତୀ ୭ ଜିଲାରେ ଅବୈଧ କବ୍‌ଜା କରିଛି। ଏସବୁ ଜିଲାଗୁଡ଼ିକ ଭାରତୀୟ ସୀମାରେ ରହିଛି। ନେପାଳର ସୀମାବର୍ତ୍ତୀ ଜିଲାରେ କବ୍‌ଜା କରି ଚାଇନା ଭାରତ ପାଇଁ ସମସ୍ୟା ସୃଷ୍ଟି କରିବାର ଷଡ଼ଯନ୍ତ୍ର ରଚିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସତର୍କ ରହିଛନ୍ତି। ନେପାଳର ଦୋଲଖା ଜିଲାରେ ଚାଇନା ୧୫୦୦ ମିଟର ଭିତରକୁ ପଶି ଆସିଛି। ସେହିପରି ଗୋରଖା, ଦାରଚୁଲା, ହୁମଲା, ସିନ୍ଧୁପାଳ ଚୌକ,ସଙ୍ଖୁଓ୍ବାସଭା ଏବଂ ରସୁବା ଜିଲାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ନେପାଳ ସର୍ବେକ୍ଷଣ ବିଭାଗ ଚାଇନାର ଏଭଳି କାର୍ଯ୍ୟକୁ ସମର୍ଥନ କରୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟକୁ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଅଣଦେଖା କରୁଥିବା କୁହାଯାଉଛି। ଏହାଦ୍ୱାରା ଭାରତ ପାଇଁ ସମସ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

Share