ଆକାଶମାର୍ଗରେ ଗୁଇନ୍ଦା ବେଲୁନକୁ ଫଟାଇଦେବା ପରେ ଆମେରିକାକୁ ଧମକ ଦେଲା ଚାଇନା

ବେଜିଂ,୫ ।୨: ଆମେରିକା ଚାଇନାର ଗୁଇନ୍ଦା ବେଲୁନ ବା ସ୍ପାଏ ବେଲୁନକୁ ଫଟାଇ ଦେଇଛି । ଇତିମଧ୍ୟରେ ବେଲୁନର ଶୁଟଡାଉନକୁ ନେଇ ଚାଇନାର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକାର ଏହି କାର୍ଯ୍ୟକୁ ଚାଇନା କଡା ବିରୋଧ କରିଛି । ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚାଇନାର ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଲୁନକୁ ଟାର୍ଗେଟ କରି ଆମେରିକା ଆନ୍ତରାଷ୍ଟ୍ରୀୟ ନିୟମର ଉଲ୍ଲଂଘନ କରିଛି ।
ଆମେରିକା କ୍ୟାରୋଲିନା ଉପକୂଳରେ ଚାଇନାର ଗୁଇନ୍ଦା ବେଲୁନକୁ ମିଶାଇଲ ମାଧ୍ୟମରେ ନଷ୍ଟ କରିଦେଇଛି । ଗ୍ଲୋବାଲ ଟାଇମ୍ସର ରିପୋର୍ଟରେ କୁହାଯାଇଛି, ସିଭିଲ ବେଲୁନକୁ ନଷ୍ଟ କରିବାକୁ ଆମେରିକା ପକ୍ଷରୁ ସେନାର ବ୍ୟବହାର କରାଯାଇଥିଲା । ଏହା ବିରୋଧରେ ଚାଇନା ତା’ର କଡା ଅସନ୍ତୋଷ ଓ ବିରୋଧ ବ୍ୟକ୍ତ କରିଛି । ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି, ସେ ସ୍ପଷ୍ଟ ଭାବେ ଚାହୁଁଛି କି ଆମେରିକା ଏହି ଘଟଣାକୁ ଶାନ୍ତ, ବୃତ୍ତିଗତ ଏବଂ ସଂଯମ ଢଙ୍ଗରେ ପରିଚାଳନ କରିବ । ଚାଇନା ଆମେରିକାକୁ ଚେତାବନୀ ଦେଇ କହିଛି, ଚାଇନା ତା’ର ସ୍ୱାର୍ଥକୁ ଦୃଢତାର ସହ ରକ୍ଷା କରିବ ।
ଚାଇନାର ଗୁଇନ୍ଦା ବେଲୁନକୁ ଆମେରିକା ଫଟାଇଦେବା ପରେ ଏବେ ଚାଇନା ବିଚଳିତ ହୋଇଯାଇଛି । ଚାଇନାର ବୈଦେଶିକ ମନ୍ତ୍ରଣାଳୟର ସୂଚନା ମୁତାବକ ଗ୍ଲୋବାଲ ଟାଇମ୍ସ ତା’ର ରିପୋର୍ଟରେ କହିଛି କି ଆମେରିକା ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଂଘନ କରିଛି ।

Share