ବେଜିଂ,୧୫।୧: ମହାକାଶରେ ଏଲିଅନ୍, ଏଷ୍ଟରୟେଡ୍ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ ତିଆରି କରୁଛି। ଚାଇନାର ବଡ଼ ଟେଲିସ୍କୋପ ଦୁନିଆର ସବୁଠୁ ବଡ଼। ନ୍ୟାଶନାଲ ଆଷ୍ଟ୍ରୋନମିକାଲ ଅବ୍ଜରଭେଟିବ୍ସ ଅଫ୍ ଚାଇନା କହିଛି, ଏହି ବିଶାଳକାୟ ଟେଲିସ୍କୋପ୍ର ୧୦ ପ୍ରତିଶତ ଅବ୍ଜରଭେସନ ସମୟ ଦୁନିଆର ଅନ୍ୟ ବୈଜ୍ଞାନିକଙ୍କ ପାଇଁ ଦେବ। ଏହି ଟେଲିସ୍କୋପରୁ ମହାକାଶରୁ ନିରୀକ୍ଷଣ କରିବା ପାଇଁ ଟାଇମଟେବୁଲ ଏହିବର୍ଷ ଅଗଷ୍ଟ ୧ ପର୍ଯ୍ୟନ୍ତ ଜାରି କରାଯିବ। ଏହା ପରେ ସମଗ୍ର ଦୁନିଆ ପାଇଁ ବୈଜ୍ଞାନିକମାନ ଏହି ଟେଲିସ୍କୋପକୁ ଉପଯୋଗ କରିବେ।
ଏହି ଟେଲିସ୍କୋପର ନାମ ଫାଇଭ୍ ହଣ୍ଡ୍ରେଡ୍ ମିଟର ଅପର୍ଚର ସ୍ଫେରିକଲ ଟେଲିସ୍କୋପ ଦକ୍ଷିଣ-ପଶ୍ଚିମ ଚାଇନାର ଗୁଇଝୋଉ ଜିଲାର ପିଙ୍ଗ୍ତାଙ୍ଗ ଅଞ୍ଚଳର ପାହାଡ଼ ମଝିରେ ତିଆରି କରାଯାଇଛି। ଏହାକୁ ସ୍ବର୍ଗର ଆଖି କୁହାଯାଉଛି।