ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ଭୟ: ପ୍ରତିଘରେ ସିକ୍ରେଟ ଫୋର୍ସ ସଦସ୍ୟ

ଲେହ, ୧୪।୯: ପୂର୍ବ ଲଦାଖରେ ଏଲ୍‌ଏସି ଅଞ୍ଚଳରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶ କରିବାକୁ ଚାଇନାର ପିପୁଲସ୍‌ ଲିବରେଶନ୍‌ ଆର୍ମି(ପିଏଲ୍‌ଏ) ଲଗାତାର ପ୍ରୟାସ କରୁଛି। ପେଙ୍ଗୋଙ୍ଗ୍‌ ତ୍ସୋର ଦକ୍ଷିଣରେ ଥିବା ଗୁରଙ୍ଗ୍‌ ହିଲ୍‌ ଏବଂ ମଗର ହିଲ୍‌ ମଝି ଅଞ୍ଚଳ ସ୍ପୁଙ୍ଗୁର ଗ୍ୟାପ୍‌ରେ ଚାଇନା ସମରସଜ୍ଜା ଆରମ୍ଭ କରିଛି। ତେବେ ଲେହରେ ଥିବା ଆଙ୍ଗଲିଙ୍ଗ୍‌ ଗାଁକୁ ଚାଇନାର ପିଏଲ୍‌ଏ ଭାରି ଭୟ। ଏହି ଗାଁର ପ୍ରତିଘରେ ସ୍ପେଶାଲ ସିକ୍ରେଟ ଫୋର୍ସ ସଦସ୍ୟ ରହିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯାଇଥାଏ। ଗାଁରରେ ପ୍ରାୟ ୪ ଶହ ଘର ରହିଛି। ଏଠାରେ ବାସ କରୁଥିବା ତିବ୍ବତ ବାସିନ୍ଦା ପିଢ଼ି ପରେ ପିଢ଼ି ଭାରତୀୟ ସେନାରେ କାର୍ଯ୍ୟ କରି ଆସୁଛନ୍ତି। ଗାଁର ଲୋକେ ସିକ୍ରେଟ୍‌ ମିଲିଟାରି ଅପରେଶନ୍‌ରେ ସାମିଲ୍‌ ହୋଇଥାନ୍ତି। ଭାରତୀୟ ସେନାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ସିକ୍ରେଟ ଫୋର୍ସ ସଦସ୍ୟ ମୁଖ୍ୟ ଲକ୍ଷ୍ୟ। ୧୯୬୨ ଭାରତ ଚାଇନା ଯୁଦ୍ଧ ପରେ ସ୍ପେଶାଲ ସିକ୍ରେଟ ଫୋର୍ସର ଗଠନ କରାଯାଇଥିଲା। ଉଚ୍ଚ ପାହାଡ଼ରେ ସ୍ପେଶାଲ ସିକ୍ରେଟ ଫୋର୍ସ ସହଜରେ ଲଢ଼େଇ କରିଥାଏ। ଶତ୍ରୁ ଶିବିରରେ ପଶି ଲଢ଼େଇ କରିବାକୁ ଏହାର ସଦସ୍ୟ ପଛାଇ ନ ଥାନ୍ତି।

Share