Categories: ଜାତୀୟ

କେହି ବି ଆମର ଏକ ଇଞ୍ଚ ଜମି ନେଇପାରିବେ ନାହିଁ: ଅମିତ ଶାହା

ଇଟାନଗର,୧୦।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ଯାହାକୁ ନେଇ ଅମିତ ଶାହା କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ଆମ ଜମିର ଏକ ଇଞ୍ଚ କେହି ନେଇ ପାରିବେନାହିଁ। ଅରୁଣାଚଳର କିବିଥୁ ଗ୍ରାମରେ କେନ୍ଦ୍ର ଦ୍ୱାରା ପରିଚାଳିତ ଅନେକ ଯୋଜନା ସ୍ବରାଷ୍ଟ୍ର ମନ୍ତ୍ରୀ ଆରମ୍ଭ କରିଛନ୍ତି। ଏହି ଗାଁ ଭାରତ ଏବଂ ଚୀନ ସୀମାରେ ଅବସ୍ଥିତ।

ଚାଇନା ମନ୍ତ୍ରଣାଳୟର ମୁଖପାତ୍ର ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚାଇନା ଦୃଢ ବିରୋଧ କରୁଛି। ବେଜିଂ ଏହି କ୍ଷେତ୍ରରେ ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତକୁ ଏହାର ଆଞ୍ଚଳିକ ସାର୍ବଭୌମତ୍ତ୍ୱର ଉଲ୍ଲଂଘନ ବୋଲି ବିବେଚନା କରୁଛି। ଗତ ସପ୍ତାହରେ ଚାଇନା ପୂର୍ବ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିବା ବେଳେ ଚାଇନାର ଏହି ପଦକ୍ଷେପକୁ ଭାରତ ବିରୋଧ କରିଥିଲା।

Share