Categories: ଫୁରସତ

ପ୍ରଥମ ସେଲ୍ଫ ଡ୍ରାଇଭିଂ ବସ୍‌: ଯାତ୍ରାବେଳେ ମାଗଣାରେ ମିଳିବ ଏସବୁ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ମେଲାଇସାରିଲାଣି। ଏବେ ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବା ବେଳେ ଚାଇନା କିନ୍ତୁ ନୂଆ ନୂଆ ଟେକ୍‌ନୋଲୋଜି ବାହାର କରିବାରେ ଲାଗିଛି। ଏବେ ସେ ଏକ ବସ୍‌ ତିଆରି କରିଛି। ଏହା କୌଣସି ସାଧାରଣ ବସ୍‌ ନୁହେଁ, ସେଲ୍ଫ ଡ୍ରାଇଭିଂ ବସ୍‌। ଏଥିରେ ୫ଜି ଇଣ୍ଟରନେଟ୍‌ର ସୁବିଧା ରହିଛି। ପିପୁଲ୍ସ ଡେଲି ଚାଇନା ନିଜର ଟୁଇଟର ପେଜ୍‌ରେ ଏହି ସୂଚନା ଦେଇଛି। ସେ ଏକ ଭିଡିଓ ଶେୟାର କରିଛି। ଏହା ମାଧ୍ୟମରେ ଜଣାଇଛି ଯେ, ଏହା ଚାଇନାର ପ୍ରଥମ ସେଲ୍ଫ ଡ୍ରାଇଭିଂ ବସ୍‌। ଏହି ବସ୍‌ର ବେଗ ଘଣ୍ଟାପ୍ରତି ୨୫ କିମି ରହିଛି। ଏଥିସହ ବସ୍‌ରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଅନେକ ପ୍ରକାର ସୁବିଧା ରହିଛି। ୫ଜି ଇଣ୍ଟରନେଟ୍‌ ସାଙ୍ଗକୁ ଏୟାର ଇଣ୍ଟରାକ୍ଟିଭ ସିଷ୍ଟମ ଏବଂ ୟୁଏସ୍‌ବି ଚାର୍ଜରର ମଧ୍ୟ ସୁବିଧା ରହିଛି। ବସ୍‌ରେ ଏହି ସମସ୍ତ ପ୍ରକାର ସୁବିଧା ମାଗଣାରେ ଦିଆଯାଉଛି।

Share