ଚାଇନା ମତ୍ସ୍ୟଜୀବୀ ବୋଟ୍‌ ବୁଡ଼ିବା ଘଟଣା: ୧୪ ମୃତଦେହ ଉଦ୍ଧାର

କଲମ୍ବୋ,୨୪ା୫: ଶ୍ରୀଲଙ୍କାର ନୌସେନା ସର୍ଚ୍ଚ ଆଣ୍ଡ୍‌ ରେସ୍‌କ୍ୟୁ(ଏସ୍‌ଏଆର୍‌) ସର୍ଚ୍ଚ ଅଭିଯାନ ଆରମ୍ଭ କରିବା ପରେ ବୁଡ଼ିଯାଇଥିବା ଚାଇନା ବୋଟ୍‌ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧକାରୀ କହିଛନ୍ତି।

ଶ୍ରୀଲଙ୍କା ନୌସେନା ପକ୍ଷରୁ କୁହାଯାଇଛି, ଏହାର ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ସମନ୍ବୟ ତଥା ସହଜ କରିବା ପାଇଁ ଏମ୍‌ଆର୍‌ସିସି କାର୍ଯ୍ୟ କରିଛି।

ସୂଚନାନୁସାରେ, ଚାଇନାର ବୋଟ୍‌ରେ ୩୯ ଜଣ ମତ୍ସ୍ୟଜୀବୀ ଥିଲେ। ସେମାନଙ୍କ ମଧ୍ୟରୁ ୧୭ଜଣ ଚାଇନିଜ, ୧୭ ଜଣ ଇଣ୍ଡୋନେସିଆ ଏବଂ ୫ ଜଣ ଫିଲିପାଇନ୍‌ ନାବିକ ଥିଲେ। ଏହି ଜାହାଜଟି ୧୬ ମେ’ରେ ମଧ୍ୟ ଭାରତ ମହାସାଗରରେ ବୁଡ଼ି ଯାଇଥିଲା।

ଶ୍ରୀଲଙ୍କା ନୌସେନା ଚାଳକମାନେ ବୁଡ଼ିଯାଇଥିବା ଜାହାଜର ଭିତର ଅଂଶକୁ ଯତ୍ନର ସହ ଅନୁସନ୍ଧାନ କରି ଜାହାଜ ଭିତରୁ କ୍ୟାପଟେନଙ୍କ କ୍ୟାବିନ ଏବଂ ଦୁଇଟି ମୃତଦେହ ଉଦ୍ଧାର କରିଥିଲେ। ମୃତଦେହଗୁଡ଼ିକୁ ଚାଇନା କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ଅବଶିଷ୍ଟ ଲୋକଙ୍କ ବିଷୟରେ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଅନେକ ଦେଶ ଏହି ସର୍ଚ୍ଚ ଅପରେଶନରେ ସାହାଯ୍ୟ ହାତ ବଢ଼ାଇଥିଲେ। ଏଥିସହ ନୌସେନା ଡାଇଭର୍ସ ବୋଟ୍‌ର ବିଭିନ୍ନ କୋଚରୁ କର୍ମଚାରୀଙ୍କ ୧୨ଟି ମୃତଦେହ ଉଦ୍ଧାର କରିଛନ୍ତି ବୋଲି ନୌସେନା ବିବୃତ୍ତିରେ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ଏଥିରୁ ଜଣାପଡ଼େ ଯେ ଅଷ୍ଟ୍ରେଲିଆ, ଭାରତ, ଇଣ୍ଡୋନେସିଆ, ମାଲଦ୍ୱୀପ ଏବଂ ଫିଲିପାଇନ୍ସ ସମେତ ଅନେକ ଦେଶ ଏହି ଅଭିଯାନରେ ଚାଇନାକୁ ଜରୁରୀକାଳିନ ସହାୟତା ପ୍ରଦାନ କରିଛନ୍ତି।

Share