ଚାଇନା ବନ୍ୟାରେ ୧୪ ମୃତ

ବେଜିଂ,୭।୮: ଚାଇନାରେ ପ୍ରବଳ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଠାରେ ଟାଇଫୁନ ଡୋକସୁରି ଯୋଗୁଁ ହୋଇଥିବା ବନ୍ୟାରେ ଶୁଲାନ ସହରରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ଫୁଜିଆନ ପ୍ରଦେଶରେ ଘୁର୍ଣ୍ଣିଝଡ଼ ଆସିବା ପରେ ଉତ୍ତର-ପୂର୍ବ ଚାଇନା, ବେଜିଂ ଏବଂ ହେବାଇ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏଥି ସହିତ ଚାଇନା ଉତ୍ତର-ପୂର୍ବ ଜିଲିନ ଅଞ୍ଚଳର ଶୁଲାନରେ ମୃତ୍ୟୁ ବ୍ୟତୀତ ବେଜିଂ ଏବଂ ହେବରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ତେବେ ଚାଇନା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ବର୍ଷା ଓ ବନ୍ୟାରେ ସମୁଦାୟ ମୃତ୍ୟୁ ସଂଖ୍ୟାର ସଠିକ ତଥ୍ୟ ଦେଇନାହାଁନ୍ତି। ଚାଇନାର ରାଜ୍ୟ ଗଣମାଧ୍ୟମ ରବିବାର ବିଳମ୍ବିତ ରାତିରେ ଖବର ଦେଇଛି ଯେ ସହରର ଉପ-ମେୟରଙ୍କ ସମେତ ଶୁଲାନରେ ମୃତକଙ୍କ ମଧ୍ୟରେ ତିନିଜଣ ଅଧିକାରୀ ଅଛନ୍ତି। ଶୁଲାନ ସହରର ଜନସଂଖ୍ୟା ପ୍ରାୟ ୫୮୭,୦୦୦।
ଶୁଲାନ ସହରର ଜଳ ସ୍ତର ବିପଦ ସଙ୍କେତ ତଳକୁ ଖସି ଆସିଛି ଏବଂ ସେଠାକାର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ୧୪,୩୦୫ ଘରେ ବଦ୍ୟୁତ ପୁଣିଥରେ ଯୋଗାଇ ଦିଆଯାଇଛି। ଆଞ୍ଚଳିକ ଅଧିକାରୀମାନେ କହିଛନ୍ତି ଯେ ଉତ୍ତର-ପୂର୍ବ ଚାଇନାରେ ଏକ ମୁଖ୍ୟ ନଦୀ ସୋଙ୍ଗୁଆ ଏବଂ ନାନଜିଆଙ୍ଗର ଏକ ଉପନଦୀ ବିପଜ୍ଜନକ ସ୍ତରରେ ପ୍ରବାହିତ ହେଉଛି।

Share