ଚାଇନାରେ ବନ୍ୟା ସହ ଭୂସ୍ଖଳନ, ୨୧ ମୃତ

ବେଜିଂ,୧୪।୮: ଚାଇନା ସାନକ୍ସିର ସିଆନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଶୁକ୍ରବାର ସନ୍ଧ୍ୟାରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଫଳରେ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ନିଖୋଜ ହୋଇଯାଇଥିବା ଜଣାପଡିଛି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ସା ୬ଟାରେ ସିୟାନ ଜିଲାର ୱାଙ୍ଗାନର ଏକ ଗାଁରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଘଟିଛି। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜାତୀୟ ରାଜପଥ ୨୧୦ରେ ଦୁଇଟି ଘର ଏବଂ ୨୧ଟି ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିସହ ଏହି ବିପର୍ଯ୍ୟୟ ତିନୋଟି ବିଦ୍ୟୁତ ଯୋଗାଣ ଭିତ୍ତିଭୂମିକୁ ନଷ୍ଟ କରିଦେଇଛି ଏବଂ ୯୦୦ ପରିବାରକୁ ବିଦ୍ୟୁତ ସଂଯୋଗରୁ ବିଚ୍ଛଇନ୍ନ କରାଯାଇଛି।
ସିଆନ ସହର ତୁରନ୍ତ ଏକ ଅନସାଇଟ କମାଣ୍ଡ ସେଣ୍ଟର ସ୍ଥାପନ କରି ୯୮୦ରୁ ଅଧିକ କର୍ମଚାରୀଙ୍କ ସହିତ ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ସମେତ ୧୪ଟି ଉଦ୍ଧାରକାରୀ ଦଳ ନିୟୋଜିତ କରିଥିଲା। ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ସର୍ଚ୍ଚ, ଉଦ୍ଧାର ଏବଂ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ କରିବା ପାଇଁ ଲାଇଫ ଡିଟେକ୍ଟର, ସାଟେଲାଇଟ ଫୋନ, ସ୍ନିଫର୍‌ ଡଗ ସମେତ ୧୧୦୦ୟୁନିଟ ଉପକରଣ ନିୟୋଜିତ କରାଯାଇଛି।

Share