ଭାରତକୁ ଅନୁସରଣ କଲା ଚାଇନା, ଆଇଏମଏଫ ବେଲ ଆଉଟ ପ୍ୟାକେଜ ପାଇଁ ଶ୍ରୀଲଙ୍କାକୁ ଦେଲା ଆଶ୍ୱାସନା…

ବେଜିଂ,୨୨।୧ : ଋଣଗ୍ରସ୍ତ ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଚାଇନା ମଧ୍ୟ ଭାରତକୁ ଅନୁସରଣ କରିଛି। ୨.୯ ବିଲିୟନ ଡ଼ଲାରର ଏକ ବେଲଆଉଟ ପ୍ୟାକେଜ ଆଇଏମଏଫରୁ ରିଲିଜ ପାଇଁ ଶ୍ରୀଲଙ୍କାକୁ ଚାଇନା ଆଶ୍ୱାସନା ଦେଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶ୍ରୀଲଙ୍କା ଗସ୍ତ ପରେ ଚାଇନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଶ୍ରୀଲଙ୍କା ଆଇଏମଏଫରୁ ୨.୯ ବିଲିୟନ ଡ଼ଲାର ଋଣ ପାଇବାକୁ ଚେଷ୍ଟା କରୁଛି। ଚାଇନା, ଜାପାନ ଏବଂ ଭାରତ ପରି ପ୍ରମୁଖ ଋଣଦାତାଙ୍କଠାରୁ ଏହା ଆର୍ଥିକ ନିଶ୍ଚିତତା ପାଇବାକୁ ଚେଷ୍ଟା କରୁଛି। ଆଇଏମଏଫ ବେଲଆଉଟ ପ୍ୟାକେଜ ରଖିଛି ଏବଂ ଏନେଇ ଶ୍ରୀଲଙ୍କାର ପ୍ରମୁଖ ଋଣଦାତାଙ୍କଠାରୁ ଆର୍ଥିକ ଆଶ୍ୱାସନା ଲୋଡିଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରିଲିଫ ପ୍ୟାକେଜ ପାଇଁ ଶ୍ରୀଲଙ୍କା ଏବଂ ଏକ୍ସଟେଣ୍ଡେଡ ଫଣ୍ଡ ସୁବିଧା (ଇଏଫଏଫ) ର ଦୁଇ ବର୍ଷର ରିହାତି ଉପରେ ରାଜି ହେବା ପାଇଁ ଶନିବାର ଚାଇନାର ଏକ୍ସିମ ବ୍ୟାଙ୍କ ଆଇଏମଏଫକୁ ଏକ ଚିଠି ଲେଖିଥିଲେ।

ଗତ ବର୍ଷ ସେପ୍ଟେମ୍ବରରେ, ଆଇଏମଏଫ ଚାରି ବର୍ଷ ମଧ୍ୟରେ ଶ୍ରୀଲଙ୍କାକୁ ୨.୯ ବିଲିୟନ ଡଲାରର ବେଲ ଆଉଟ ପ୍ୟାକେଜ ଅନୁମୋଦନ କରିଥିଲା। ତେବେ ଦେଶର ଆର୍ଥିକ ଆର୍ଥିକ ଅବସ୍ଥା ଏବଂ ଋଣ ଡିଫଲ୍ଟର ହେବା ପରେ ଆଇଏମଏଫ ଏହି ରିଲିଫ ପ୍ୟାକେଜ ବନ୍ଦ କରିଦେଇଥିଲା। ଟ୍ରେଜେରୀ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ ୨୦୨୨ ଶେଷ ସୁଦ୍ଧା ଶ୍ରୀଲଙ୍କାର ଦ୍ୱିପାକ୍ଷିକ, ବହୁପକ୍ଷୀୟ ଏବଂ ବାଣିଜ୍ୟରେ ପ୍ରାୟ ୪୦ ବିଲିୟନ ଡ଼ଲାର ବକେୟା ଥିଲା।

Share