ଆମେରିକାର ଚେତାବନି ପରେ ନଇଁଲା ଚାଇନା! ଯୁଦ୍ଧରେ କୌଣସି ପକ୍ଷକୁ ଅସ୍ତ୍ର ନ ଦେବାକୁ ନେଲା ସଂକଳ୍ପ

ବେଜିଂ,୧୫।୪: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା କୌଣସି ପକ୍ଷକୁ ଅସ୍ତ୍ର ବିକ୍ରୟ କରିବ ନାହିଁ। ପଶ୍ଚିମ ଦେଶ ଚିନ୍ତା ପ୍ରକଟ କରିଥିଲା କି ବେଜିଂ ରୁଷିଆକୁ ସେନା ସହାୟତା ପ୍ରଦାନ କରିପାରେ। ଏହାର ଜବାବରେ ଚାଇନାର ବଦେଶିକ ମନ୍ତ୍ରୀ କିନ ଗୌଂଗ ଶୁକବ୍ରାର ଏହା କହିଛନ୍ତି। ଚାଇନା ରାଜନୈତିକ, ବୟାନବାଜି ଓ ଆର୍ଥିକ ଭାବେ ରୁଷିଆର ସମର୍ଥନ କରି ଏହା ସୁନିଶ୍ଚିତ କରିଛି ଯେ ସେ ସଂଘର୍ଷରେ ତଟସ୍ତ। ଚାଇନାର ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ପଶ୍ଚିମ ଦେଶ ରୁଷିଆ ଉପରେ ଦଣ୍ଡାତ୍ମକ ପ୍ରତିବନ୍ଧ ଲଗାଇଛି ଓ ମସ୍କୋକୁ ତା’ର ପଡୋଶୀ ଉପରେ ଆକ୍ରମଣ ପାଇଁ ପୃଥକ କରିବାକୁ ଚେଷ୍ଟା କରିଛନ୍ତି।

Share