Posted inଫୁରସତ

ବିମାନବନ୍ଦରରେ ଅଜବ ଘଟଣା: ଅଧଘଣ୍ଟାରେ ୩୦ କିଲୋଗ୍ରାମ କମଳା ଖାଇଲେ ୪ ଯାତ୍ରୀ, କାରଣ ଜାଣିଲେ…

ବିମାନବନ୍ଦରରେ କେହି ଅତିରିକ୍ତ ବ୍ୟାଗେଜ୍‌ ଫି’ ଦେବାକୁ ଚାହାନ୍ତି ନାହିଁ। ହେଲେ ଏହି ଚାର୍ଜକୁ ଏଡ଼ାଇବାକୁ ଯାଇ ଚାଇନାର ୪ଜଣ ବ୍ୟକ୍ତି ଏଭଳି କିଛି କରିଛନ୍ତି, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇପାରେ। ଦକ୍ଷିଣ-ପଶ୍ଚିମ ଚାଇନାର ୟୁନାନ ପ୍ରଦେଶର କୁନମିଙ୍ଗର ଏକ ବିମାନବନ୍ଦରରେ ଉକ୍ତ ଯାତ୍ରୀମାନେ ୩୦ ମିନିଟ୍‌ ମଧ୍ୟରେ ୩୦ କିଲୋଗ୍ରାମ କମଳା ଖାଇ ଶେଷ କରିଦେଇଥିଲେ।

ଓ୍ବାଙ୍ଗ ନାମକ ଜଣେ ବ୍ୟକ୍ତି ନିଜର ସହକର୍ମୀଙ୍କ ସହ ବିଜ୍‌ନେସ୍‌ ଟ୍ରିପ୍‌ରେ ଯାଇଥିବା ବେଳେ ୫୬୪ ଟଙ୍କା ଦେଇ ୩୦ କିଲୋଗ୍ରାମ କମଳା ଭର୍ତ୍ତି ବାକ୍ସ କିଣିଥିଲେ। ସେ ବିମାନରେ ବସିବା ପାଇଁ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର କର୍ମଚାରୀମାନେ ତାଙ୍କୁ ପ୍ରତ୍ୟେକ କିଲୋ କମଳା ପାଇଁ ୧୦ ୟୁଆନ୍‌ ଅର୍ଥାତ ମୋଟ୍‌ ୩୦୦ ୟୁଆନ୍‌(୩,୩୮୪)ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଏହାଶୁଣି ଓ୍ବାଙ୍ଗ ଓ ତାଙ୍କ ସହକର୍ମୀମାନେ ଦେୟ ଦେବା ପରିବର୍ତ୍ତେ ବିମାନବନ୍ଦରରେ କମଳା ଖାଇ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ।

ଯାତ୍ରୀମାନେ ବିମାନବନ୍ଦରରେ ଛିଡ଼ା ହୋଇ ସବୁତକ କମଳା ଖାଇଥିଲେ। ଏଥିପାଇଁ ପ୍ରାୟ ୨୦ରୁ ୩୦ ମିନିଟ୍‌ ସମୟ ଲାଗିଥିଲା। କମଳା ପାଇଁ ଏଭଳି ଅସୁବିଧା ହୋଇଥିବା ଯୋଗୁ ଆଉ କେବେ ହେଲେ ସେ ଏହାକୁ କିଣିବେ ନାହିଁ ବୋଲି କହିଛନ୍ତି। ଚାଇନାର ସୋସିଆଲ ମିଡିଆରେ ଏହି ଘଟଣା ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri