ପାକିସ୍ତାନକୁ ୬୦ କୋଟି ଡଲାର ଋଣ ଦେଲା ଚାଇନା…

ବେଜିଂ/ଇସଲାମାବାଦ,୧୮।୭ : ପାକିସ୍ତାନର ଅବସ୍ଥା ଗୁରୁତର ହୋଇଛି। ମୁଦ୍ରାସ୍ଫୀତି ଯୋଗୁଁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଚାଇନା ପୁଣି ଥରେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରତି ନିଜର ଦାୟିତ୍ୱବୋଧ ପୂରଣ କରିବାର ଦାୟିତ୍ୱ ଗ୍ରହଣ କରିଛି। ଚାଇନା ପାକିସ୍ତାନକୁ ୬୦ lକୋଟି ଆମେରିକୀୟ ଡଲାରର ଅତିରିକ୍ତ ଋଣ ଦେଇଛି।

୧୮ ଜୁନ (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଏ ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ବୃଦ୍ଧି କରିବାରେ ଆଇଏମଏଫ ଚୁକ୍ତି ଅନୁଯାୟୀ ପାକିସ୍ତାନ ଏହାର ସର୍ବକାଳୀନ ସହଯୋଗୀ ଚାଇନାଠାରୁ ଅତିରିକ୍ତ ଋଣ ପାଇଛି। ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି, ଚାଇନାର ଏକ୍ସମ ବ୍ୟାଙ୍କ ଏକ ରୋଲଓଭର ଯୋଗାଇ ଦେଇଛି, ଯାହା ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ବୃଦ୍ଧି କରିଛି।

Share