ଚାଇନାକୁ ମିଳିଲା ଆଉ ଏକ ଦେଶର ସମର୍ଥନ

କଲମ୍ବୋ,୫।୮: ତାଇୱାନ ପ୍ରସଙ୍ଗରେ ଚାଇନା ଆଉ ଏକ ଦେଶର ସମର୍ଥନ ମିଳିଛି। ରୁଷିଆ ଏବଂ ପାକିସ୍ତାନର ସମର୍ଥନ ପରେ ବର୍ତ୍ତମାନ ଶ୍ରୀଲଙ୍କା ଚାଇନାକୁ ସମର୍ଥନ କରିଛି। ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତର ଗୋଟିଏ ଦିନ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଂଘେ ଓ୍ବାନ୍‌ ଏକ ଚାଇନା ନୀତି(ଓ୍ବାନ୍‌-ଚାଇନା-ପଲିସି) ପ୍ରତି ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।
ଶ୍ରୀଲଙ୍କା ରାଷ୍ଟ୍ରପତି ଏକ ଟୁଇଟ୍‌ ଯୋଗେ କହିଛନ୍ତି,ଶ୍ରୀଲଙ୍କାରେ ଚାଇନା ରାଷ୍ଟ୍ରଦୂତ କାଇ ଜେନହୋଙ୍ଗଙ୍କ ସହ ଏକ ବୈଠକରେ ମୁଁ ଏକ ଚାଇନା ନୀତି ପ୍ରତି ଶ୍ରୀଲଙ୍କାର ଦୃଢ ପ୍ରତିବଦ୍ଧତା, ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ଉପରେ ଜାତିସଂଘର ଚାର୍ଟର ନୀତିକୁ ଦୋହରାଇଛି। କାଇଙ୍କ ସହ ସାକ୍ଷାତ ସମୟରେ ୱିକ୍ରମସିଂଘେ କହିଛନ୍ତି, ଦେଶଗୁଡିକ ବିଶ୍ୱ ତିକ୍ତତାକୁ ଆହୁରି ବଢାଉଥିବା ଯେକୌଣସି ପ୍ରକାରର ଉତ୍ତେଜନାକୁ ଏଡ଼ାଇବା ଉଚିତ।
୧୯୪୮ରେ ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାକୁ ଚାଇନାର ବହୁତ ଋଣ ଶୁଝିବାକୁ ପଡିବ। ଏପରି ପରିସ୍ଥିତିରେ ଶ୍ରୀଲଙ୍କା ଚାଇନାକୁ ସମର୍ଥନ ହେବା ସ୍ବାଭାବିକ।
ସୂଚନାଯୋଗ୍ୟ, ଆମେରିକା ସିନେଟ୍‌ର ବାଚସ୍ପତି ନାନ୍ସି ପୋଲୋସିଙ୍କ ତାଇଓ୍ବାନ ଗସ୍ତକୁ ଦୃଢ ବିରୋଧ କରିଛି ଚାଇନା। ପେଲୋସିଙ୍କ ଗସ୍ତ ପରେ ଚାଇନା କହିଛି ଏହାର ପ୍ରତିଶୋଧ ନେବାକୁ ତାଇୱାନ ନିକଟରେ ସାମରିକ ଅଭ୍ୟାସ କରିବ।

Share