ଚାଇନା ସପକ୍ଷରେ ନ୍ୟୁଜିଲାଣ୍ଡ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତିି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହି ଟାର୍ଗେଟ କରିଥିଲେ। ଯାହାକୁ ନେଇ ଚାଇନା ତୀବ୍ର ବିରୋଧ କରିଥିଲା। ଚାଇନାର ଦୋମୁହାଁ ନୀତି ଏବଂ ଆତଙ୍କବାଦୀକୁ ନେଇ ବିଶ୍ୱର କୌଣସି ଦେଶ ଚାଇନା ସପକ୍ଷରେ ନ ଥିଲେ। କିନ୍ତୁ ଏହାର ବ୍ୟକତିକ୍ରମ ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡ ପାଖରେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହପକିନ୍ସ ବାଇଡେନଙ୍କୁ ସମାଲୋଚନା କରିବା ସହ ଜିନପିଙ୍ଗଙ୍କ ସପକ୍ଷରେ ବାହାରିଛନ୍ତି।

କ୍ରିସ ଜୁନ ୨୫ରୁ ୩୦ମଧ୍ୟରେ ଚାଇନା ଗସ୍ତ କରିବାକୁ ଯାଉଛନ୍ତି। ଗସ୍ତ ସମୟରେ ସେ ଜିନପିଙ୍ଗ ସମେତ ଚାଇନାର ସମସ୍ତ ବଡ ନେତା ଏବଂ ଅଧିକାରୀଙ୍କୁ ଭେଟିବେ। ତେବେ ଗଣମାଧ୍ୟମ ସରକାରଙ୍କୁ ନିର୍ବାଚିତ କରିବାରେ ଚାଇନା ଲୋକଙ୍କର କୌଣସି ଭୂମିକା ଅଛି କି ପ୍ରଶ୍ନରେ କ୍ରିସ କହିଛନ୍ତି, ଯଦି ଲୋକମାନେ ସେମାନଙ୍କର ସିଷ୍ଟମ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କର ବ୍ୟକ୍ତିଗତ ମତ। ଏଥିରେ ଅନ୍ୟ ଦେଶ ହସ୍ତକ୍ଷେପ କରିବା ଉଚିତ ନୁହେଁ।।

Share