ଶେଷରେ ମାନିଲା ଚାଇନା

ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍‌ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା ଏହାର ଉପଯୁକ୍ତ ଜବାବ ମଧ୍ୟ ଦେଉଛି। ଏହି ସମୟରେ ଚାଇନା ପ୍ରଥମ ଥର ପାଇଁ ସ୍ବୀକାର କରିଛି ଯେ ଗଲଓ୍ବାନ ଉପତ୍ୟକାର ହୋଇଥିବା ସଂଘର୍ଷରେ ସେମାନଙ୍କ ସୈନ୍ୟ ମଧ୍ୟ ନିହତ ହୋଇଛନ୍ତି। ଏହାପୂର୍ବରୁ ଚାଇନା ଏହା ସ୍ବୀକାର କରୁ ନ ଥିଲା। ଚାଇନା ଖବରକାଗଜ ଗ୍ଲୋବାଲ ଟାଇମ୍ସର ମୁଖ୍ୟ ସମ୍ପାଦକ ହୁ. ସିଜିନ୍‌ ସ୍ବୀକାର କରିଛନ୍ତି ଯେ, ଗଲଓ୍ବାନ ଉପତ୍ୟକାରେ ହୋଇଥିବା ସଂଘର୍ଷବେଳେ ଚାଇନାର କିଛି ସୈନିକଙ୍କ ମୃତ୍ୟୁ ଘଟିଛି। ହୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବୟାନକୁ ନେଇ ଏକ ଟୁଇଟ କରି କହିଛନ୍ତି ଯେ ମୁଁ ଜାଣେ ଯେ ଗଲଓ୍ବାନ ଉପତ୍ୟକାରେ ହୋଇଥିବା ସଂଘର୍ଷବେଳେ ଚାଇନା ସେନାଙ୍କ ମୃତ୍ୟୁ ଭାରତ ତୁଳନାରେ କମ୍‌ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ କୌଣସି ଚାଇନା ସୈନିକଙ୍କୁ ବନ୍ଦୀ କରି ନ ଥିଲା କିନ୍ତୁ ଚାଇନା ଏପରି କରିଥିଲା। କିଛି ସପ୍ତାହ ପୂର୍ବରୁ ଚାଇନା ସରକାର ମଧ୍ୟ ଗଲଓ୍ବାନ ଉପତ୍ୟକାରେ ନିହତ ହୋଇଥିବା ସୈନିକମାନଙ୍କର ଶେଷ ରୀତିନୀତି କରିବାକୁ ମନା କରିଦେଇଲା। କାରଣ ସେ ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲା ଯେ, ତାଙ୍କ ସୈନିକମାନଙ୍କୁ ହତ୍ୟା କରାଯାଇ ନାହିଁ। କିନ୍ତୁ ଚାଇନା ସରକାର ସରକାର ପ୍ରଥମ ଥର ପାଇଁ ଏହା ଗ୍ରହଣ କରିଛି। ଗ୍ଲୋବାଲ ଟାଇମ୍ସ ହେଉଛି ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ଅଫିସିଆଲ ଖବରକାଗଜ, ଯାହା ପିପୁଲ୍ସ ଡେଲି ଦ୍ୱାରା ପ୍ରକାଶିତ ହେଉଛି। ସୂଚନାଯୋଗ୍ୟ, ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ, ଗଲଓ୍ବାନ ଘାଟିରେ ଘଟିଥିବା ସଂଘର୍ଷ ସମୟରେ ଭାରତ ଚାଇନାର ସୈନ୍ୟବାହିନୀକୁ ବହୁ କ୍ଷତି ପହଞ୍ଚାଇଛି।

Share