ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ ଏଭଳି କରିବାକୁ ମନା କରାଯିବା ସହ ତାଙ୍କ ସ୍ମୃତିରେ କୌଣସି ସମାରୋହ ଆୟୋଜନ ନ କରିବାକୁ ଚାଇନା ସରକାର କହିଛନ୍ତି। ଏପରି କରି ଚାଇନା ଗଲଓ୍ବାନ ଘାଟିରେ ହୋଇଥିବା ଘଟଣାକୁ ଲୁଚାଇବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

ଚାଇନାରେ ଥିବା ଆମେରିକୀୟ ଗୁପ୍ତଚରମାନେ ଏହା ଜାଣିବାକୁ ପାଇଛନ୍ତି। ଦେଶର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ଗଲଓ୍ବାନ ଉପତ୍ୟକାରେ ନିହତ ହୋଇଥିବା ସୈନିକଙ୍କ ପରିବାରକୁ ଅନ୍ତିମ ସତ୍କାର କରିବାକୁ ମନା କରିଛନ୍ତି। ଯଦି ଏପରି କରିବେ ତେବେ କୌଣସି ଶୁନ୍‌ଶାନ୍‌ ସ୍ଥାନରେ କରନ୍ତି। ଏହା ସରିବା ପରେ କୌଣସି ସମାରୋହର ଆୟୋଜନ କରନ୍ତୁ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ କରୋନା ସଂକ୍ରମଣର ଆଳ ଦେଖାଇ ଏପରି କରିବାକୁ ମନା କରିଥିବା ଜଣାପଡ଼ିଛି।

ଚାଇନା ସରକାର ଗଲଓ୍ବାନ ଘଟଣା ବିଷୟରେ କମ୍‌ ଲୋକ ଜାଣନ୍ତୁ ବୋଲି ଚାହାନ୍ତି। କାରଣ ଏହାଦ୍ୱାରା ଦେଶବାସୀ ଏ ବିଷୟରେ ଅବଗତ ହୋଇପାରନ୍ତି। ଘଟଣା ବିଷୟରେ ଅନ୍ତରାଷ୍ଟ୍ରୀୟ ସୋସିଆଲ ମିଡିଆରେ ଚର୍ଚ୍ଚା ହେଲେ ପିପୁଲ୍ସ ଲିବେରଶନ ପାର୍ଟିର ବଦନାମୀ ହେବ। ଏଣୁ ସରକାର ଯବାନମାନଙ୍କ ଅନ୍ତିମ ସତ୍କାର ଲୁଚାଇ କରିବାକୁ ଚାହୁଁଛନ୍ତି।

ହେଲେ ଏହି ଘଟଣା ବିଷୟରେ ଚାରିଆଡେ ପ୍ରଘଟ ହୋଇ ସାରିଛି। ଭାରତୀୟ ଯବାନମାନଙ୍କ ସାହସ ଏବଂ ଶେଷକୃତ୍ୟ ସମୟର ଭିଡିଓ ଚାଇନା ଲୋକଙ୍କ ପାଖରେ ପହଞ୍ଚି ସାରିଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

Share