ଚାଇନାର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ

ବେଜିଂ,୧୮।୮: ରୁଷିଆ ପରେ ଚାଇନା କରୋନା ଭାଇରସ ପାଇଁ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାସହ ସେ ଏହି ଭ୍ୟାକ୍ସିନକୁ ଟ୍ରାଏଲ ମଧ୍ୟ କରି ସାରିଥିବା କହିଛି। ଚାଇନାର ଭ୍ୟାକ୍ସିନ କମ୍ପାନୀ କାନସାଇନୋ ବାୟୋଲଜିକ୍ସ କର୍ପୋରେଶନକୁ କରୋନା ଭ୍ୟାକ୍ସିନ Ad5-nCOVକୁ ପେଟେଣ୍ଟ କରିବାକୁ ମଞ୍ଜୁରୀ ମିଳିଯାଇଛି। ଏବେ ରୁଷିଆ ଭ୍ୟାକ୍ସିନ ଭଳି ଚାଇନା ଭ୍ୟାକ୍ସିନକୁ ନେଇ ପ୍ରଶ୍ନ ଉଠୁଛି। କୁହାଯାଉଛି କି ଫେଜ୍‌ ଥ୍ରି ଫଳାଫଳ ଆସିବା ପୂର୍ବରୁ ଏହାକୁ ପ୍ରୟୋଗ କରାଯାଇଛି। ତେଣୁ ଏହାକୁ ବିଶେଷଜ୍ଞ ନୁହେଁ ବରଂ ବ୍ୟବହାରିକ ଲପଲବ୍ଧି ବୋଲି ଧରି ନିଆଯାଇଛି। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସର ରିପୋର୍ଟ ମୁତାବକ, କମ୍ପାନୀ ଦାବି କରିଛି ଯଦି ଚାଇନାରେ ଅଧିକ ପରିମାଣରେ କରୋନା ଭାଇରସ ସଂକ୍ରମିତ ହୁଏ ତେବେ ଏହାକୁ ବହୁ ସଂଖ୍ୟାରେ ଉତ୍ପାଦନ କରାଯିବ। ଏହାର ସୀମିତ ବ୍ୟବହାର ପାଇଁ ଚାଇନା ପ୍ରଥମରୁ ମଞ୍ଜୁରୀ ଦେଇଥିବା ପ୍ରକାଶ କରିଛି। ଏହା ପ୍ରଥମେ ତା’ର ସେନାଙ୍କୁ ଦିଆଯାଇଥିବା ଚାଇନା ପ୍ରକାଶ କରିଛି। ତେବେ ଏହା ଗତ ଜୁନ୍‌ ମାସରୁ ପ୍ରସ୍ତୁତ ହୋଇଥିଲେ ବି ଚାଇନା ଏହି ତଥ୍ୟକୁ ଲୁଚାଇ ରଖିଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Share