ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି, ଆମେରିକୀୟ ଖବରକାଗଜ କଲା ପର୍ଦ୍ଦାଫାଶ…

ବେଜିଂ,୯।୮ : ଚାଇନା ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ନେଟୱାର୍କକୁ ହ୍ୟାକ କରିଛି। ଏନେଈ ଆମେରିକୀୟ ଖବରକାଗଜ ରେ ତଥ୍ୟ ପ୍ରକାଶ ପାଇଛି।
୨୦୨୦ ଶେଷରେ ଚାଇନା ସୈନ୍ୟ ଜାପାନର ଗୁପ୍ତ ପ୍ରତିରକ୍ଷା ନେଟୱାର୍କକୁ ଅଦଳବଦଳ କରିଥିଲେ। ଆମେରିକୀୟ ଗଣମାଧ୍ୟମ ବୁଧବାର ଏହି ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବରେଶନ ଆର୍ମି (ପିପିଏ) ର ସାଇବର ଗୁପ୍ତଚରମାନେ ଜାପାନର ସବୁଠାରୁ ସମ୍ବେଦନଶୀଳ କମ୍ପ୍ୟୁଟର ସିଷ୍ଟମରେ ପ୍ରବେଶ କରିଥିଲେ।

ୱାଶିଂଟନ ପୋଷ୍ଟ ଅନୁଯାୟୀ, ଏକ ସାକ୍ଷାତକାରରେ ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଆମେରିକାର ପୂର୍ବତନ ସୈନିକଙ୍କୁ ଏହି ଘଟଣା ବିଷୟରେ ସୂଚନା ଦିଆଯାଇଥିଲା ଯାହା ପୂର୍ବରୁ ରିପୋର୍ଟ କରାଯାଇ ନ ଥିଲା।

ୱାଶିଂଟନ ପୋଷ୍ଟ ଅନୁଯାୟୀ ଜାପାନ ଏହାର ନେଟୱାର୍କକୁ ମଜବୁତ କରିବାକୁ ଚେଷ୍ଟା କରୁଛି। କିନ୍ତୁ ତଥାପି ସେମାନଙ୍କୁ ବେଜିଂର ହ୍ୟାକରମାନଙ୍କଠାରୁ ନିଜର ନେଟଓ୍ବାର୍କକୁ ସୁରକ୍ଷିତ ରଖିବାରେ ଅସମର୍ଥ ହେଉଛନ୍ତି। ଅଧିକାରୀ କହିଛନ୍ତି ଏହା ପେଣ୍ଟାଗନ ଏବଂ ବେଜିଂର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଅଧିକ ଗୁପ୍ତ ତଥ୍ୟ ଆଦାନପ୍ରଦାନରେ ବାଧା ସୃଷ୍ଟି କରିପାରେ। ୱାଶିଂଟନ ପୋଷ୍ଟ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ୨୦୨୦ ହ୍ୟାକ ଗୁରୁତ୍ୱପୂର୍ଣ୍ଣ ଥିଲା। ଏନଏସଏର ମୁଖ୍ୟ ତଥା ଆମେରିକାର ସାଇବର କମାଣ୍ଡର ଜେନେରାଲ ପଲ ନାକାସୋନ ଏବଂ ହ୍ବାଇଟ ହାଉସର ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଥିବା ମାଥ୍ୟୁ ପୋଟିଙ୍ଗର ଟୋକିଓ ଗସ୍ତ କରି ଜାପାନର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏନେଇ ଜଣାଇଥିଲେ।

Share