Categories: ଜାତୀୟ

ଲଦାଖ ସୀମାରେ ଚାଇନାର ୨୫ ଫ୍ରଣ୍ଟଲାଇନ ଜେଟ୍‌

ନୂଆଦିଲ୍ଲୀ,୧୧।୬: ପୂର୍ବ ଲଦାଖ ସେକ୍ଟର ନିକଟ ହୋଟନ ଏୟାରବେସ୍‌ରେ ଚାଇନା ବାୟୁସେନା ୨୫ଟି ଫ୍ରଣ୍ଟଲାଇନ ଯୁଦ୍ଧବିମାନ ମୁତୟନ କରିଥିବା ଜଣାପଡ଼ିଛି। ସେଥିରେ ଜେ-୧୧ ଏବଂ ଜେ-୨୦ ଯୁଦ୍ଧବିମାନ ସାମିଲ ଅଛି। ପୂର୍ବରୁ ଉକ୍ତ ଏୟାରବେସ୍‌ରେ ଚାଇନା ମିଗ୍‌-୨୧ ଶ୍ରେଣୀର ଲଢ଼ୁଆ ବିମାନ ମୁତୟନ କରିଥିଲା। ଏବେ ତା ବଦଳରେ ଅଧିକ ସମର୍ଥ ଓ ଅତ୍ୟାଧୁନିକ ଯୁଦ୍ଧବିମାନକୁ ନିୟୋଜିତ କରାଯାଇଥିବା ଜଣାପଡ଼ିଛି। ଏହାବାଦ୍‌ ଚାଇନା ବାୟୁସେନା ଭାରତ ସୀମାକୁ ଲାଗି ନୂଆ ଏୟାରଫିଲ୍ଡ ନିର୍ମାଣ କରିଥିବାରୁ କାର୍ଯ୍ୟାନୁଷ୍ଠାନ ଲାଗି ସୁଯୋଗ ପାଇବ। ଭାରତ ସୀମାରେ ଚାଇନାର ସାମରିକ ଭିତ୍ତିଭୂମି ବିକାଶ ବିପଜ୍ଜନକ ବୋଲି ନିକଟରେ ଆମେରିକା ପ୍ରତିରକ୍ଷା ଅଧିକାରୀ ଜେନେରାଲ ଚେର୍ଲସ ଏ ଫ୍ଲିନ୍‌ କହିଥିଲେ।

Share