ଚେଙ୍ଗ୍‌ଡୁ କନ୍‌ସୁଲେଟ ବନ୍ଦ କରିବାକୁ ଆମେରିକାକୁ କହିଲା ଚାଇନା

ବେଜିଂ,୨୫ା୭: ହ୍ୟୁଷ୍ଟନରେ ଥିବା ଦୂତାବାସ ବନ୍ଦ କରିବାକୁ ଆମେରିକା ଚାଇନାକୁ ନିର୍ଦ୍ଦେଶ ଦେବା ପରେ ବେଜିଂ ଯେସାକୁ ତେସା ନୀତି ଆପଣାଇଛି। ଚେଙ୍ଗ୍‌ଡୁରେ ଥିବା ଦୂତାବାସ ବନ୍ଦ କରିଦେବାକୁ ବେଜିଂ ଶୁକ୍ରବାର ଓ୍ବାଶିଂଟନକୁ କହିଛି। ଫଳରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଗୁରୁତର ପ୍ରଭାବିତ ହୋଇଛି। ଚାଇନା ଏଜେଣ୍ଟମାନେ ଟେକ୍ସାସରୁ ମେଡିକାଲ ଓ ଅନ୍ୟାନ୍ୟ ଗବେଷଣା ତଥ୍ୟ ଚୋରାଇନେଉଥିବା ଅଭିଯୋଗ କରି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ଚାଇନାକୁ ଏହାର ହ୍ୟୁଷ୍ଟନ କନ୍‌ସୁଲେଟ ବନ୍ଦ କରିବା ପାଇଁ କହିଥିଲା। ଏଭଳି ଏକପାଖିଆ ନିଷ୍ପତ୍ତିର ପୁନର୍ବିଚାର କରିବା ଲାଗି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓ୍ବାଶିଂଟନକୁ ଅନୁରୋଧ କରାଯାଇଥିଲା। ଆମେରିକା ନିଷ୍ପତ୍ତି ନ ବଦଳାଇବାରୁ ଏହାର ଚେଙ୍ଗ୍‌ଡୁରେ ଥିବା ବାଣିଜି୍ୟକ ଦୂତାବାସ ବନ୍ଦ କରିବାକୁ ବେଜିଂ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Share