ଚାଇନା କଲା ସୁପର ଗାଈ କ୍ଲୋନିଂ: ଦିନକୁ ଦେବେ ୧୫୦ ଲିଟର କ୍ଷୀର…

ବେଜିଂ,୫।୨ : ଚାଇନାର ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଯୋଗୁଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଚାଇନାର ବୈଜ୍ଞାନିକମାନେ ଏଥର ଯାହା କରିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରକୃତରେ, ଚାଇନାର ବୈଜ୍ଞାନିକମାନେ ସଫଳତାର ସହିତ ତିନୋଟି ସୁପର ଗାଈ ବାଛୁରୀକୁ କ୍ଲୋନିଂ କରିଛନ୍ତି। ଏଥିରେ ସଫଳ ହେଲେ ସେହି ଗାଈ ଗୁଡ଼ିକ ସାଧାରଣ ଆମେରିକୀୟ ଗାଈ ଅପେକ୍ଷା ୫୦ ପ୍ରତିଶତ ଅଧିକ କ୍ଷୀର ଉତ୍ପାଦନ କରିବାରେ ସକ୍ଷମ ହେବେ।
ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଗତ ମାସରେ ଲିଙ୍ଗବୁ ସହରରେ ବାଛୁରୀମାନେ ସୁସ୍ଥ ଭାବେ ଜନ୍ମ ହୋଇଥିଲେ। ପ୍ରଥମ ବାଛୁରୀର ଓଜନ ୧୨୦ ପାଉଣ୍ଡ ଥିଲା ଏବଂ ଏହାର ଉଚ୍ଚତା ୨ ଫୁଟ ୬ ଇଞ୍ଚ ଥିଲା। ବୈଜ୍ଞାନିକମାନେ ରାଷ୍ଟ୍ରାୟତ୍ତ ଗଣମାଧ୍ୟମକୁ କହିଛନ୍ତି ଯେ ବାଛୁରୀର ଆକାର ଏବଂ ଚର୍ମ ସାଧାରଣ ଗାଈ ସହିତ ସମାନ।
ଏସବୁ ଗାଈ ବର୍ଷକୁ ୧୮ ଟନ ଦୁଗ୍ଧ ଅର୍ଥାତ୍‌ ୧୦୦,୦୦୦ ଲିଟର କ୍ଷୀର ଉତ୍ପାଦନ କରିବେ। ତୁଳନାତ୍ମକ ଭାବରେ ଆମେରିକାର କୃଷି ବିଭାଗର ତଥ୍ୟ ଅନୁଯାୟୀ ହାରାହାରି ଆମେରିକୀୟ ଗାଈ ବର୍ଷକୁ ପ୍ରାୟ ୧୨ ଟନ ଦୁଗ୍ଧ ଉତ୍ପାଦନ କରିଥାଏ। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନର ଅଧିକାରୀମାନେ କହିଛନ୍ତି ଯେ କ୍ଲୋନଡ୍‌ ଗାଈ ମାଂସ ଏବଂ କ୍ଷୀର ଖାଇବା ନିରାପଦ।

Share